Below header

ଇଞ୍ଜିନିୟର ଚାକିରି ଛାଡି ଚାଷ କଲେ, ଏବେ ମାସକୁ ୧ଲକ୍ଷ ରୋଜଗାର କରୁଛନ୍ତି ନିରଞ୍ଜନ

ଇଞ୍ଜିନିୟରିଂ ପାଠ ସାରି ଚାକିରି କଲେ ଆଉ ଏବେ ଛାଡି ଏବେ ଚାକିରି ଛାଡି ସାଜିଛନ୍ତି ଜଣେ ସଫଳ ଚାଷୀ । ବିଗତ ୫ବର୍ଷ ହେବ ଗୁଆ ଚାଷ କରିବା ସହ କୁକୁଡ଼ା, ଗେଣ୍ଡୁ ଫୁଲ, ସୋରିଷ ଚାଷ କରି ଭଲ ରୋଜଗାର କରୁଥିବା ବେଳେ ମାସକୁ ୧ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଗୋପ(କେନ୍ୟୁଜ): ଇଞ୍ଜିନିୟରିଂ ପାଠ ସାରି ଚାକିରି କଲେ ଆଉ ଏବେ ଛାଡି ଏବେ ଚାକିରି ଛାଡି ସାଜିଛନ୍ତି ଜଣେ ସଫଳ ଚାଷୀ । ୨୦୦୮ ମସିହାରେ ଇଞ୍ଜିନିୟର ଭାବେ ଚାକିରି କରି ମାସକୁ ୩୦ ହଜାର ଟଙ୍କା ରୋଜଗାର କରୁଥିବା ନିରଞ୍ଜନ ତାଙ୍କ ବାପାଙ୍କ ଦେହ ଅସ୍ତୁସ୍ଥ ଯୋଗୁଁ ଘରକୁ ଆସିଥିଲେ । ହେଲେ ଘରେ ବସି ନ ରହି ଅନ୍ ଲାଇନ୍ ରେ ବିଭିନ୍ନ ଚାଷକୁ ଦେଖିବା ପରେ ଶେଷରେ ଗୁଆ ଚାଷକୁ ଆପଣାଇଥିଲେ। ବିଗତ ୫ବର୍ଷ ହେବ ଗୁଆ ଚାଷ କରିବା ସହ କୁକୁଡ଼ା, ଗେଣ୍ଡୁ ଫୁଲ, ସୋରିଷ ଚାଷ କରି ଭଲ ରୋଜଗାର କରୁଥିବା ବେଳେ ମାସକୁ ୧ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ଖାଲି ସେତିକି ନୁହେଁ ୪ରୁ ୫ଜଣ ବେକାରୀ ଯୁବକଙ୍କୁ ରୋଜଗାର ଯୋଗାଇଛନ୍ତି ନିରଞ୍ଜନ। ୫ ଏକର ଜମିରେ ଗୁଆ ଲାଗାଇଥିବା ବେଳେ କୁକୁଡ଼ା ଫାର୍ମ ସହ ଗୁଆ ବଗିଚା ତଳେ ଗେଣ୍ଡୁ ଓ ସୋରିଷ ଚାଷ କରି ଆଜିକାଲି ଯୁବ ପିଢିମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତର ଭଇଞ୍ଚିଗୋରଡି ଗ୍ରାମର ନିରଞ୍ଜନ ସାହୁ।

ନିଜ ଜମିରେ ଚାଷ କରିବାକୁ ତାଲିମ ଦେଇ ନିମାପଡା ବ୍ଳକରେ ନାମକରା ଯୁବ ଚାଷୀ ହୋଇପାରିଛନ୍ତି ଯୁବ ଇଞ୍ଜିନିୟର ନିରଞ୍ଜନ । ସମସ୍ତେ ସ୍ୱପ୍ନ ଦେଖନ୍ତି ଭଲ ପାଠ ପଢି ଚାକାରୀ ଖଣ୍ଡେ କରିବାକୁ । ଅଧିକ ରୋଜଗାର ପାଇଁ ବିଦେଶ ଯିବାକୁ । କେବଳ ବିଦେଶ ଗଲେ ଯେ ଅଧିକ ରୋଜଗାର କରି ହେବ, ସେକଥାକୁ ଭୁଲ୍ ପ୍ରମାଣିତ କରିଛନ୍ତି ସଫଳ ଚାଷୀ ହୋଇପାରିଥିବା ଏହି ଇଞ୍ଜିନିୟର ଜଣଙ୍କ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.