Flipkart Republic Day Sale: ଫ୍ଲିପକାର୍ଟ ସେଲରେ ମିଳୁଛି ୮୦% ପର୍ଯ୍ୟନ୍ତ ଡିସକାଉଣ୍ଟ,ବିଳମ୍ବ ନକରି ଅର୍ଡର କରନ୍ତୁ ଏହି ପ୍ରଡକ୍ଟ

ଯଦି ଆପଣ ନିଜ ଘର ପାଇଁ କିଛି ନୂଆ ପ୍ରଡକ୍ଟ କିଣିବାକୁ ଚାହୁଁଛନ୍ତି ତେବେ ଏବେ ହି ନିଜ ୱିସଲିଷ୍ଟ ପ୍ରସ୍ତୁତ କରିଦିଅନ୍ତୁ, କାରଣ ଆସିବାକୁ ଯାଉଛି ଫ୍ଲିପକାର୍ଟ ରିପବ୍ଲିକ ଡେ ସେଲ୍ । ଏହି ସେଲ ସମୟରେ କେବଳ ସ୍ମାର୍ଟଫୋନ ନୁହେଁ ବରଂ ସ୍ମାର୍ଟଟିଭି, ଲାପଟପ, ସ୍ମାର୍ଟ ୱାଚ୍ ଏବଂ ଅନ୍ୟାନ୍ୟ ପ୍ରଡ଼କ୍ଟରେ ଅନେକ ଡିସକାଉଣ୍ଟ ମିଳିବ । ତେବେ ଆସନ୍ତୁ ଜାଣିବା କେଉଁ ପ୍ରଡକ୍ଟରେ ଆପଣ କେତେ ଟଙ୍କା ସଞ୍ଚୟ କରିପାରିବେ?

ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ୍, ଲାପଟପ୍, ଟାବଲେଟ୍, ଇୟରବଡ୍ କିମ୍ବା ଏକ ନୂତନ ସ୍ମାର୍ଟ ଟିଭି କିଣିବାକୁ ଯୋଜନା କରୁଛନ୍ତି, ତେବେ ପ୍ରସ୍ତୁତ କରିଦିଅନ୍ତୁ ୱିସଲିଷ୍ଟ, ଫ୍ଲିପକାର୍ଟ ରିପବ୍ଲିକ୍ ଡେ ସେଲ୍ ଆରମ୍ଭ ହୋଇଯାଇଛି, ଜାନୁଆରୀ ୧୩ ରୁ ଫ୍ଲିପକାର୍ଟ ସେଲ ୬ ଦିନ ପାଇଁ ଚାଲିବ । ସେଲ୍ ସମୟରେ ଗ୍ରାହକମାନେ ମୋବାଇଲ୍ ଫୋନ୍ ଠାରୁ ଆରମ୍ଭ କରି ଟିଭି ପର୍ଯ୍ୟନ୍ତ ସବୁକିଛି ଉପରେ ଅନେକ ଡିସକାଉଣ୍ଟ ପାଇପାରିବେ । ରିପବ୍ଲିକ୍ ଡେ ସେଲ୍ ପାଇଁ ଫ୍ଲିପକାର୍ଟ ଆଇସିଆଇସିଆଇ ବ୍ୟାଙ୍କ ସହିତ ହାତ ମିଶାଇଛି, ଅର୍ଥାତ୍ ପ୍ରଡ଼କ୍ଟ ଉପରେ ଡିସକାଉଣ୍ଟ ବ୍ୟତୀତ ଯଦି ଆପଣ ବିଲ୍ ପେମେଣ୍ଟ ପାଇଁ ଆଇସିଆଇସିଆଇ ବ୍ୟାଙ୍କ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣ ୧୦ ପ୍ରତିଶତ ଅତିରିକ୍ତ ଡ଼ିସକାଉଣ୍ଟର ଲାଭ ପାଇପାରିବେ ।

ଫ୍ଲିପକାର୍ଟରେ ଏହି ସେଲ୍ ପାଇଁ ଏକ ଭିନ୍ନ ପେଜ ପ୍ରସ୍ତୁତ କରାଯାଇଛି । ଏହି ଫ୍ଲିପକାର୍ଟ ସେଲରେ ଯାହା ଜାନୁଆରୀ ୧୯ ପର୍ଯ୍ୟନ୍ତ ଚାଲିବ, ଆପଣ ଟିଭି ଏବଂ ଇଲେକ୍ଟ୍ରୋନିକ୍ ଉପକରଣରେ ୫୦ ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇପାରିବେ । ଏହା ବ୍ୟତୀତ, ଆପଣ ୮୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ସହିତ ସ୍ମାର୍ଟ ଗ୍ୟାଜେଟ୍ ଏବଂ ଆସେସୋରିଜ୍ ମଧ୍ୟ ପାଇପାରିବେ । ଶୀତରୁ ରକ୍ଷା ପାଇବା ପାଇଁ, ଗିଜର ଏବଂ ହିଟର ଭଳି ପ୍ରଡ଼କ୍ଟ ସେଲରେ ୭୦ ପ୍ରତିଶତ ଡିସକାଉଣ୍ଟ ସହିତ ବିକ୍ରି ହେବ । ଫ୍ଲିପକାର୍ଟ ସେଲ୍ ସମୟରେ ଆପଲ୍, ରିଅଲମି, ସାମସଙ୍ଗ ଏବଂ ମୋଟରୋଲା ଭଳି କମ୍ପାନୀ ସ୍ମାର୍ଟଫୋନରେ ବମ୍ପର ଡିସକାଉଣ୍ଟ ପ୍ରଦାନ କରିବାକୁ ଯାଉଛନ୍ତି ।

ବର୍ତ୍ତମାନ ଡିଲଗୁଡିକ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଏହା ପ୍ରକାଶ ପାଇଛି ଯେ ବିକ୍ରିରେ ଆଇଫୋନ୍ 15, ଗୁଗୁଲ୍ ପିକ୍ସେଲ 7A, ସାମସଙ୍ଗ S21 FE 5G, ମୋଟରୋଲା ଏଜ୍ 40 ନିୟୋ, ପିକ୍ସେଲ 8 ଏବଂ ଓପୋ ରେନୋ 10 ପ୍ରୋ ଉପରେ ଦମଦାର ଡିସକାଉଣ୍ଟ ମିଳିବ । କେବଳ ଫ୍ଲିପକାର୍ଟରେ ନୁହେଁ, ଆମାଜନ ମଧ୍ୟ ଗ୍ରାହକଙ୍କ ପାଇଁ ଗ୍ରେଟ୍ ରିପବ୍ଲିକ୍ ଡେ ସେଲ୍ ଆରମ୍ଭ କରିଦେଇଛି । ଜାନୁଆରୀ ୧୩ ରୁ ଆମାଜନରେ ଏହି ସେଲ୍ ଆରମ୍ଭ ହୋଇଛି । କହି ରଖୁଛୁ ଯେ, ଆମାଜନ ସେଲ୍ କେତେ ଦିନ ଲାଇଭ୍ ରହିବ ସେ ସମ୍ବନ୍ଧରେ କୌଣସି ସୂଚନା ଏପର୍ଯ୍ୟନ୍ତ ଦିଆଯାଇ ନାହିଁ ।

You might also like