ମାତ୍ର ୨ ହଜାର ଟଙ୍କାରେ କିଣନ୍ତୁ ଏହି ଡିଭାଇସ୍‌, ୫ କିଲୋମିଟର ପର୍ଯ୍ୟନ୍ତ ଫ୍ରିରେ କରି ପାରିବେ କଥାବାର୍ତ୍ତା

ଆପଣ ଏହି ଡିଭାଇସକୁ କମ୍‌ ଦାମରେ କିଣି ପାରିବେ । ଏହାର ରେଞ୍ଜ କୌଣସି ପ୍ରୋଫେସନାଲ୍‌ ରେଡିଓ ଡିଭାଇସ୍‌ ଠାରୁ କମ୍, କିନ୍ତୁ ଏହା ୫ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇ ପାରିବ । ତେବେ ଆଜି ଆମେ ଆପଣଙ୍କୁ ଏହି ଡିଭାଇସର ଦମଦାର ଫିଚର ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯାଉଛନ୍ତି ଏବଂ ଆପଣଙ୍କର ଫୋନ୍ କାମ କରୁନି ତେବେ ଏଥି ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । ଦୂର ସ୍ଥାନରେ ନେଟୱାର୍କ ସମସ୍ୟା ଦେଖାଯଏ । ଏପରି ସ୍ଥିତିରେ ବଜାରରେ ଏପରି ଏକ ଡିଭାଇସ୍‌ ମିଳୁଛି ଯାହା ଏଭଳି ସମସ୍ୟାକୁ ଦୂର କରିବ । ଏବଂ ଆପଣଙ୍କୁ ମାଗଣାରେ କଥା ହେବାକୁ ସୁଯୋଗ ଦେବ । ଆପଣ ଏହି ଡିଭାଇସକୁ କମ୍‌ ଦାମରେ କିଣି ପାରିବେ । ଏହାର ରେଞ୍ଜ କୌଣସି ପ୍ରୋଫେସନାଲ୍‌ ରେଡିଓ ଡିଭାଇସ୍‌ ଠାରୁ କମ୍, କିନ୍ତୁ ଏହା ୫ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇ ପାରିବ । ତେବେ ଆଜି ଆମେ ଆପଣଙ୍କୁ ଏହି ଡିଭାଇସର ଦମଦାର ଫିଚର ବିଷୟରେ କହିବାକୁ ଯାଉଛୁ ।

ୟୁଜର୍ସମାନେ ଅନଲାଇନରେ ୱାକି ଟକି ଡିଭାଇସ୍‌ କିଣି ପାରିବେ । ଏହାକୁ କିଣିବା ପାଇଁ ଆପଣଙ୍କୁ ୧୮୦୦ ରୁ ୨୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ଏବଂ ଆପଣଙ୍କୁ ଦୁଇଟି ୟୁନିଟ୍ ଦିଆଯିବ ଯାହାର ରେଞ୍ଜ ଭଲ ରହିଛି । ଏହା ବହୁତ ହାଲୁକା ଏବଂ ଆକାରରେ ମଜବୁତ୍‌ ରହିଛି । ତେଣୁ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ ।

ଆପଣ ଏଥିରେ ଏକ କଣ୍ଟ୍ରୋଲ୍‌ ସୁଇଚ୍ ପାଇବେ । ଏହା ବ୍ୟତୀତ ଏହି ଡିଭାଇସ୍‌ ଓ୍ଵାଟର୍‌ ପ୍ରୁଫ୍‌ ରହିଛି । ଏଥିରେ ଆପଣଙ୍କୁ ଏକ ଇଣ୍ଡିକେଟର୍‌ ମିଳିବା ସହିତ ଏକ ଏଲଇଡି ଫ୍ଲାସ୍ ଲାଇଟ୍ ମଧ୍ୟ ମିଳିବ ଯାହା ବହୁତ ଦମଦାର ରହିଛି । ୱାକି ଟକି ସହିତ ୟୁଜର୍ସଙ୍କୁ ଚାର୍ଜର ମଧ୍ୟ ଦିଆଯାଉଛି, ଯେଉଁଥିରେ ଡିଭାଇସର ବ୍ୟାଟେରୀ ଚାର୍ଜ ହୋଇପାରିବ ଏବଂ ସହଜରେ ବ୍ୟବହାର କରାଯାଇପାରିବ । ଏହାକୁ ପ୍ରାୟ ୨-୫ କିଲୋମିଟର ରେଞ୍ଜରେ ବ୍ୟବହାର କରାଯାଇପାରିବ । ଦୂର ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀମାନେ ଏହି ଡିଭାଇସକୁ ନିଜ ସହିତ ରଖିବା ଜରୁରୀ । କାରଣ ଆବଶ୍ୟକ ସମୟରେ ଏହା ଆପଣଙ୍କୁ ଅନେକ ମାତ୍ରାରେ ସାହାଯ୍ୟ କରିବ । ମନେ ରଖନ୍ତୁ ନେଟୱାର୍କ ବିନା ଏହି ଡିଭାଇସ୍‌ କାର୍ଯ୍ୟ କରି ବାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.