Below header

କରୋନା ମୁକାବିଲା : ସ୍ଥାପନ ହେଲା ୫୨ଟି ଯାଞ୍ଚକେନ୍ଦ୍ର ଏବଂ ୫୭ଟି ସହାୟକ ନମୁନା ସଂଗ୍ରହ କେନ୍ଦ୍ର

ସମଗ୍ର ଦୁନିଆରେ କରୋନା ନିଜର କାୟା ମେଲାଇ ଚାଲିଛି। ଏହି ଭାଇରସ ଏବେ ୯୬ ଟି ଦେଶରେ ବ୍ୟାପିବାରେ ଲାଗିଛି। ଏହି ଭାଇରସରେ ୩୪୬୬ ଲୋକ ମୃତ୍ୟୁବରଣ କରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷରେ ପହଞ୍ଚିଗଲାଣି। କରୋନା ମୁବାକିଲା ପାଇଁ ଭାରତ ସରକାର ଏବଂ ସମସ୍ତ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିସାରିଛନ୍ତି।

coro

 

ଦେଶରେ ୫୨ ଯାଞ୍ଚ୍‌ କେନ୍ଦ୍ର ସ୍ଥାପନ କରାଯାଇଛି। ସେହିପରି ୫୭ଟି ସହାୟକ ନମୁନା ସଂଗ୍ରହ କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଛି। ଏନେଇ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌) ପକ୍ଷରୁ ଯାଞ୍ଚ୍‌ କେନ୍ଦ୍ର ଏବଂ ସହାୟକ ନମୁନା ସଂଗ୍ରହ କେନ୍ଦ୍ର ତାଲିକା ଜାରି କରାଯାଇଛି। ତାଲିକାରେ ଭୁବନେଶ୍ୱର, ରାୟପୁର, ଭୋପାଳ, ଜବଲପୁର, ତିରୁପତି, ପୁଡୁଚେରୀ, ଅମୃତସର, ବାରାଣାସୀ, ହଲଦଓ୍ବାନି, ଜାମନଗର ଜମ୍ମୁ, ଶ୍ରୀନଗର, ଚଣ୍ଡିଗଡ, ଥେନି, ଯୋଧପୁର, ପାଟନା, ଦିବ୍ରୁଗଡ, ଅଗରତାଲା ଆଦି ସହର ନାମ ରହିଛି।

୬ ମାର୍ଚ୍ଚ ୨୦୨୦ ସୁଦ୍ଧା ଆଇସିଏମଆର ଟିମ୍‌ ଦ୍ୱାରା ୩୪୦୪ ଲୋକ ମଧ୍ୟରୁ ୪୦୫୮ ନମୁନା ପରୀକ୍ଷଣ କରାଯାଇଛି। ଏଥିରେ ଚୀନର ଉହାନ ସହରରୁ ଭାରତକୁ ଆସିଥିବା ୬୫୪ ବ୍ୟକ୍ତିଙ୍କର ୧୩୦୮ ନମୁନା ପରୀକ୍ଷଣ ମଧ୍ୟ ସାମିଲ ରହିଛି। ଏପର୍ଯ୍ୟନ୍ତ ଭାରତରେ ୩୧ ଜଣଙ୍କ ପାଖରେ ପଜେଟିଭ ନମୁନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.