Below header

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପିକଅପ୍‌ ଭ୍ୟାନକୁ ଧକ୍କା ଦେଲା ଟ୍ରକ, ୬ ମୃତ

ଛତିଶଗଡ଼ର ବାଲୋଦା ବଜାର ରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ଶିଶୁ ଏବଂ ୫ ଜଣ ମହିଳାଙ୍କ ମୃତ୍ୟୁ । ୨୫ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ପିକ୍‌ଅପ୍‌ ଭ୍ୟାନକୁ ଟ୍ରକ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି ।

ଛତିଶଗଡ଼ର ବାଲୋଦା ବଜାର ଭାଟାପାରାରେ ସକାଳୁ ସକାଳୁ ସଡ଼କ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଭ୍ୟାନକୁ ଏକ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ୫ ଜଣ ମହିଳା ରହିଛନ୍ତି । ଏହି ଦୁର୍ଘଟଣାରେ ୨୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ବାଲୋଦା ବଜାରରେ ଟ୍ରକ ଏବଂ ପିକ୍‌ଅପ୍‌ ଗାଡି ଜୋରଦାର ଧକ୍କା ହୋଇଥିଲା । ଫଳରେ ପିକ୍ଅପ୍ ଭ୍ୟାନ୍ ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କୁ ଧରି ଯାଉଥିଲା। ଏହି ସମୟରେ ଗାଡ଼ିଟି ବାଲୋଦା ବଜାର ଜାତୀୟ ରାଜପଥରେ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ଟି ଭ୍ୟାନ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି।

ଘଟଣା ପରେ ତୁରନ୍ତ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଗୁରୁତରମାନଙ୍କୁ ତୁରନ୍ତ ଉଦ୍ଧାର କରି ବାଲୋଦା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ଏକ ଶିଶୁ ଅଛନ୍ତି। ମୃତକଙ୍କ ପରିଚୟ ପୋଲିସ ଖୋଜୁଛି । ତେବେ ଘଟଣାରେ ୨୫ରୁ ଅଧିକ ଆହତ ହୋଇଛନ୍ତି ବୋଲି ବାଲୋଦା ବଜାର ଏସଏସପି ଦୀପକ ଝା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.