Below header

ଆଜିଠୁ ଆହୁରି ଅସହ୍ୟ ହେବ ତାତି, ୨୨ ଯାଏ ଭୟଙ୍କର ଗ୍ରୀଷ୍ମପ୍ରବାହ

ଆଜିଠୁ ଆହୁରି ଅସହ୍ୟ ହେବ ତାତି । ଜଳିବ ସାରା ଓଡ଼ିଶା। ଆଭ୍ୟନ୍ତରୀଣରେ ଅଧିକ ଜଳାଇବ, ଉପକୂଳରେ ବି ନିସ୍ତାର ମିଳିବନି। ୨୨ ଯାଏ ଭୟଙ୍କର ଗ୍ରୀଷ୍ମପ୍ରବାହ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। କ୍ରମାଗତ ଭାବେ ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରୁ ଗରମ ତଥା ଶୁଷ୍କ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବା ଆଶଙ୍କା ଥିବାରୁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।

ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୫ ଡିଗ୍ରୀ ଛୁଇଁଯିବ। ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ ଓ ବଲାଙ୍ଗିର ଆଦି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୧୭ରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗିର ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଆଜି ଭୁବନେଶ୍ୱର ଓ ଆଖପାଖ ଅ଼ଞ୍ଚଳର ପାଗ ଆଂଶିକ ମେଘୁଆ ରହିପାରେ । ଗତକାଲି ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.