ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ, ଭୟରେ ହଜିଯାଇଛି ନଦୀକୂଳିଆ ଲୋକଙ୍କ ନିଦ

ଗେଙ୍ଗୁଟି ନଦୀରେ ଦେଖିବାକୁ ମିଳିଛି କୁମ୍ଭୀର ଆତଙ୍କ । କୁମ୍ଭୀରକୁ ନେଇ ନଦୀକୂଳିଆ ଲୋକମାନେ ଭୟଭୀତ ହୋଇପଡିଥିବା ବେଳେ ବନ ବିଭାଗ ତରଫରୁ ଲୋକମାନଙ୍କୁ ସଚେତନ କରାଯାଉନଥିବା ଆସିଛି ଅଭିଯୋଗ। 

ଚାନ୍ଦବାଲି(କେନ୍ୟୁଜ):  ଗେଙ୍ଗୁଟି ନଦୀରେ ଦେଖିବାକୁ ମିଳିଛି କୁମ୍ଭୀର ଆତଙ୍କ । କୁମ୍ଭୀରକୁ ନେଇ ନଦୀକୂଳିଆ ଲୋକମାନେ ଭୟଭୀତ ହୋଇପଡିଥିବା ବେଳେ ବନ ବିଭାଗ ତରଫରୁ ଲୋକମାନଙ୍କୁ ସଚେତନ କରାଯାଉନଥିବା ଆସିଛି ଅଭିଯୋଗ।

ଭରା ନଈରେ ବାରମ୍ବାର ଘୁରି ବୁଲୁଛି କୁମ୍ଭୀର । ଏ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତର ଈଶ୍ୱରପୁର ଦେଇ ଯାଇଥିବା ଗେଙ୍ଗୁଟି ନଈର ଦୃଶ୍ୟ । ଏଇ କିଛି ମାସ ହେବ ଏହି ନଦୀରେ ବାରମ୍ବାର କୁମ୍ଭୀର ଦେଖିବାକୁ ମିଳିଛି । ତେଣୁ ନଦୀ ଉପରେ ନିର୍ଭର କରି ପ୍ରତ୍ୟେକ ଦିନ ଚଳୁଥୁବା ଲୋକେ ଏବେ ଭୟଭୀତ । ବନ ବିଭାଗ ତରଫରୁ ଏଠାରେ କୁମ୍ଭୀରକୁ ନେଇ କୈାଣସି ,ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ନଦୀ କଢେ କଢେ ତାର ଜାଲି ଦେବାକୁ ସ୍ତାନୀୟ ଅଂଚଳବାସୀ ଦାବି କରିଛନ୍ତି ।

ଏଇ କିଛି ମାସ ହେବ ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ ବଢିଥିବା ଲୋକେ କୁହନ୍ତି ।ଏହି ନଦୀରେ ମାଛ ମାରି ସ୍ଥାନୀୟ ଅ୍‌ଂଚଳର ୫ଗୋଟି ଗାଁର ମତ୍ସ୍ୟଜୀବି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ କୁମ୍ଭୀର ଆତଙ୍କ ଯୋଗୁ ମାଛ ଧରିବାକୁ ମତ୍ସ୍ୟଜିବୀ ଭୟ କରୁଥୁବା କୁହନ୍ତି । ସେହିପରି ନଦୀକୁ ଲାଗି ଥିବା ଘରର ଲୋକମାନେ ପ୍ରତ୍ୟେକ ଦିନ ଏହି ନଦୀରେ ନିଜର ସବୁ କାର୍ଯ୍ୟ କରିଥାନ୍ତି ।

ହେଲେ କୁମ୍ଭୀର ପାଇଁ ଭୟଭୀତ ଅବସ୍ତାରେ ସବୁ କାମ କରିବାକୁ ପଡୁଛି ବୋଲି କୁହନ୍ତି ମହିଳାମାନେ । ବିଶେଷ କରି ଈଶରପୁର , ସାପକାତିଆ , ଶ୍ୟାମସୁନ୍ଦରପୁର ଏମିତି ୫ଗୋଟି ଗାଁର ଲୋକେ ଏହି ନଦୀ ଉପରେ ନିର୍ଭର କରି ଚଳିଥାନ୍ତି । କିନ୍ତୁ ବର୍ତମାନ ସମୟରେ କୁମ୍ଭୀର ଆତଙ୍କ ସ୍ଥାନୀୟ ଅଂଚଳର ଲୋକଙ୍କ ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଉଥୁବା କୁହନ୍ତି ଅଂଚଳବାସୀ । ସରକାରଙ୍କ ତରଫରୁ ଲୋକଙ୍କ ସୁବିଧା ପାଇଁ ଦୃଢ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଲୋକେ । ପୂର୍ବରୁ ମଧ୍ୟ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି ଗାଈ , ଗୋରୁ , ମଣିଷ।

ତେବେ କୁମ୍ଭୀରକୁ ନେଇ ଲୋକଙ୍କ ପ୍ରତି ଅ୍‌ଧିକ ବିପଦ ବଢୁଥୁବାରୁ ବନ ବିଭାଗ ତରଫରୁ ସ୍ଥାନୀୟ ଅଂଚଳରେ ସଚେତନତା କାର୍ଯ୍ୟକ୍ରମ କରି ଲୋକଙ୍କୁ ସଚେତନ କରିବା ସହ ତାର ଜାଲି ଦେବାକୁ ଦାବି କରିଛନ୍ତି ଲୋକେ । ଦେଖାଯାଉ କିଛି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ କି ପଦକ୍ଷପ ଗ୍ରହଣ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.