Below header

ମୋବାଇଲରେ ଗେମ୍‌ ଖେଳିବାକୁ ମନା କଲା ମା’, ସୁଇସାଇଡ୍‌ ନୋଟ ଲେଖି ଟ୍ରେନ ଆଗକୁ ଡେଇଁଲା ନାବାଳକ ପୁଅ

ମୁମ୍ବାଇରେ ପୁଣି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ୧୬ ବର୍ଷ ନାବାଳକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି। ଆତ୍ମହତ୍ୟାର କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପାଠ କିମ୍ବା ପରୀକ୍ଷାରେ ଫେଲ୍‌ ହେବା ଯୋଗୁଁ ନୁହେଁ ବରଂ ଖେଳିବାକୁ ମନା କରାଯିବାରୁ ପିଲାଟି ଏପରି ନିଷ୍ପତ୍ତି ନେଇଛି। ମୋବାଇଲରେ ଗେମ୍‌ ଖେଳିବା ପାଇଁ ମା’ ମନା କରିବାରୁ ପିଲାଟି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି। ଘଟଣାରେ ମୁମ୍ବାଇର ଜିଆରପି ମାମଲା ଦାୟର କରି ଯାଞ୍ଚ ଆରମ୍ଭ କରିଛି।

ପୋଲିସ ସୂଚନା ମୁତାବକ, ଗତକାଲି ସନ୍ଧ୍ୟା ୭ଟାରେ ଓମ ଭରତ ନାମକ ପିଲା ଘରେ ବସି ମୋବାଇଲରେ ଗେମ୍‌ କରିଥିଲା। ସେହିସମୟରେ ମା’ ଆସି ପିଲା ହାତରେ ମୋବାଇଲ ଫୋନ ଛଡାଇ ନେବା ପରେ ପଠିବାକୁ କହିଥିଲେ। ଏହା ପରେ ରାଗରେ ଆସି ଓମ ଭରତ ସୁଇସାଇଟ୍‌ ନୋଟ୍‌ ଲେଖି ଘରୁ କେଉଁଆଡେ ପଳାଇ ଯାଇଥିଲେ।

କିଛି ସମୟରେ ଓମଙ୍କ ମା’ ଆସି ଦେଖିବା ବେଳକୁ ଖଟ ଉପରେ ଚିଠି ପଡିଥିବା ଦେଖିବାକୁ ପାଇଥିଲେ। ଆଉ ସେଥିରେ ଲେଖାଥିଲା, ମୁଁ ଆତ୍ମହତ୍ୟା କରିବାକୁ ଯାଉଛି, ଏବେ କେବେ ବି ଆସିବିନି। ଚିଠିଟି ପାଇବା ପରେ ମା’ ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ଷ୍ଟେସନରେ ସୂଚନା ଦେଇଥିଲେ। ତା’ ପରେ ପୋଲିସ ପିଲାଟିକୁ ଖୋଜିବା ଆରମ୍ଭ କରିଥିଲା।

pubji game

ପିଲାଟି ମଲାଡ ଏବଂ କାନ୍ଦିବଲ୍ଲୀ ଷ୍ଟେସନ ମଧ୍ୟରେ ଆତ୍ମହତ୍ୟା କରିଥିବା ସୂଚନା ପୋଲିସକୁ ମିଳିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଓମ ଭରତଙ୍କ ଶବ ମିଳିଥିଲା।

ଗତଦୁଇଦିନ ତଳେ ଏମିତି ଘଟଣା ଦେଖିବାକୁ ମିଳିଥିଲା। ପବଜୀ ଖେଳିବାକୁ ମା’ ବାରଣ କରିବାରୁ ଜୀବନରୁ ମାରିଦେଲା ପୁଅ । ୟମୁନାପୁରମ କେଲାନୀରେ ଏଭଳି ଏକ ଭରଙ୍କର ଘଟଣା ଘଟିଛି। ଘରେ ଭିତରେ ମା’କୁ ମାରି ୩ ଦିନ ପର୍ଯ୍ୟନ୍ତ ରଖିଥିଲା ପୁଅ। ଆଉମା’ ଶବରୁ ଗନ୍ଧ ନ ବାହାରୁ ତେଣୁ ରୁମ୍‌ ଫ୍ରେସନର ପକାଉଥିଲା।

ମା’କୁ ମାରିବା ପରେ ଭଉଣୀକୁ ଧମକାଇ ଅଲଗା ଏକ ରୁମରେ ବନ୍ଦ କରିଦେଇଥିଲା। କିନ୍ତୁ ନିଜେ ମା’ ଶବ ସହିତ ଘରେ ଦୁଇଦିନ ଯାଏଁ ବନ୍ଦ ରହିଥିଲା। ଆଉ ଶବରୁ ଦୁର୍ଗନ୍ଧ ନ ବାହାରିବା ପରେ ରୁମ୍‌ ଫ୍ରେସନର ପକାଇଥିଲା। ଦୁଇଦିନ ପରେ ଘରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ପୋଲିସରେ ଫୋନ କରି ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଘଟଣା ବିଷୟରେ ଜାଣିବାକୁ ପାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.