ଲଞ୍ଚ ହେବ ସାଓମିର ଲାଟେଷ୍ଟ 9i 5G ସ୍ମାର୍ଟଫୋନ, ଲଞ୍ଚ ପୂର୍ବରୁ ଲିକ ହେଲା ଫିଚର୍ସ ଓ ଦାମ୍‌

ରିୟଲମି ବହୁତ ଶୀଘ୍ର ମାନେ ଚଳିତ ମାସ ଶେଷ ସୁଦ୍ଧା ନିଜର ଲାଟେଷ୍ଟ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି। ଭାରତରେ ସାଓମି ନିଜର ଅପକମିଂ ସ୍ମାର୍ଟଫୋନ 9i 5g କୁ ବଜାରକୁ ଆଣିବ। କିନ୍ତୁ ଏହି ଫୋନର ଲଞ୍ଚ ପୂର୍ବରୁ ଏହାର ଫିଚର୍ସ ଲିକ ହୋଇଯାଇଛି। ଫିଚର୍ସ ସିକ୍ରେଟ ଲିକ ହେବା ପରେ ଏବେ ତାର ଏହା ସମ୍ପର୍କରେ ଅନେକ ସୂଚ ନା ମିଳିଛି। ସାଓମିର ଲାଟେଷ୍ଟ ମଡେଲ ବ୍ଲୁ, ଗୋଲଡେନ ଓ ବ୍ଲାକ ସେଡସ୍‌ ରେ ଉପଲବ୍ଧ ହେବ। ଏହାକୁ 4GB/64GB, 4GB/128GB, 6GB/128 GB କନଫିଗରେସନ ରେ ସାମ୍ନାକୁ ଅଣାଯିବ।

ସାଓମି ଏକ ଲୋକପ୍ରିୟ ବ୍ରାଣ୍ଡ। ଯାହାକୁ ବ୍ୟବହାର କରିବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି। ତେବେ ଏହାର କାରଣ ହେଉଛି ଫୋନରେ ଥିବା ଫିଚର୍ସ। ଏହା କାରଣରୁ କମ୍ପାନୀର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଭାରତରେ ସାଓମି 9i 5G ର ମଡେଲ 9i 4G ଭଳି ରହିଥିବାର ଶୁଣିବାକୁ ମିଳିଛି। ତେବେ ହ୍ୟାଣ୍ଡସେଟର ଟାର୍ଗେଟ ବ୍ରାଣ୍ଡର ଏଣ୍ଟ୍ରି ଲେଭଲ 5G ଡିଭାଇସ୍‌ ର ପୋର୍ଟଫୋଲିଓ କୁ ମଜବୁତ କରିବା। ଏମିତି କରିବା ପରେ ହିଁ କମ୍ପାନୀ ସାମସଙ୍ଗ, ମୋଟୋରୋଲା ଓ ପକୋ ଭଳି ଅପୋନେଣ୍ଟକୁ କଡ଼ା ଟକ୍କର ଦେଇପାରିବ।

ଶୁଣିବାକୁ ମିଳିଛି ଯେ କମ୍ପାନୀ ଏହି ମଡେଲରେ ଟପ୍‌ ଲେଫ୍ଟ କର୍ଣ୍ଣର ରେ ପଞ୍ଚ-ହୋଲ କଟ-ଆଉଟ, ସ୍ଲିମ ବେଜେଲ୍ସ ଓ ଏକ ପ୍ଲାଷ୍ଟିକ ବଡ଼ି ଦେଇଛି। ବ୍ୟାକ ସାଇଡରେ ଏଲଇଡି ଫ୍ଲେସ୍‌ ସହ ଟ୍ରିପଲ କ୍ୟାମେରା ସେଟଅପ ଦିଆଯାଇଥିବାର ଶୁଣିବାକୁ ମିଳିଛି। ହ୍ୟାଣ୍ଡସେଟରେ 6.6 ଇଞ୍ଚର ଫୁଲ ଏଚଡି +(1080*2412) ଏଲସିଡି ସ୍କ୍ରିନ ପାନେଲ୍‌ ରହିବ। ଯାହାର ରିଫ୍ରେଶ ରେଟ 90Hertz ଓ 20:9 ଆସପେକ୍ଟ ରେସିଓ ରହିବ।

ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍‌ ରହିବ। ଯେଉଁଥିରେ 50MP ର ପ୍ରାଇମେରୀ ଲେନ୍ସ ଓ 2MPର ମାକ୍ରୋ ସହ ଡେପ୍ଥ ସେନସର ସାମିଲ ରହିଛି। ଏଥିରେ 16MPର ସେଲଫି ସୁଟର ମଧ୍ୟ ରହିବ ।

Realme 9i 5G ରେ ସ୍ନାପଡ୍ରାଗନ 695 ଚିପସେଟ ସପୋର୍ଟେଡ ଦିଆଯାଇଛି। ଏଥିରେ 6GB ର ର‍୍ୟାମ ଓ 128GB ପର୍ଯ୍ୟନ୍ତ ଷ୍ଟୋରେଜ ସିଷ୍ଟମ କୁ ଆଡ୍‌ କରାଯାଇଛି। ହ୍ୟାଣ୍ଡସେଟ ଆଣ୍ଡ୍ରଏଡ 12 ବେସ୍ଡ Realme UI 3.0 କୁ ବୁଟ କରିବ , ଯାହା 33W ଫାଷ୍ଟ ଚାର୍ଜିଂ ସପୋର୍ଟ ସହ 5000mAh ବ୍ୟାଟେରୀ ପ୍ୟାକ ସହ ଆସେ। କନେକ୍ଟିଭିଟି ପାଇଁ ଅପସନ୍‌ ରେ ଦୁଆଲ ସିମ୍‌, ଓ୍ଵାଇଫାଇ, ବ୍ଲୁଟୁଥ, ଜିପିଏସ, ଏନଏଫସି, 3.5mm ହେଡଫୋନ ଜ୍ୟାକ ଓ ଓ୍ଵାନ ଟାଇପ ସି ପୋର୍ଟ ସାମିଲ ରହିଛି। ତେବେ ଭାରତରେ ଏହି ଭାରିଏଣ୍ଟର ଦାମ ୧୫ ହଜାର ଟଙ୍କା ପାଖାପାଖି ହେବ ବୋଲି ଶୁଣିବାକୁ ମିଳିଛି।