ଋଣ ପାଇଁ ଦମ୍ପତିଙ୍କ ଆତ୍ମହତ୍ୟା ! କାନ୍ଥରେ କଳା ଅଙ୍ଗାରରେ ଲେଖିଲେ ‘ଆମେ ଉଭୟ ବିଷ ପିଇବା ପରେ ରଶି ଲଗାଇ ଆତ୍ମହତ୍ୟା କରିଛୁ’

ଢେଙ୍କାନାଳ(କେନ୍ୟୁଜ): ଋଣ ପାଇଁ ଦମ୍ପତିଙ୍କ ଆତ୍ମହତ୍ୟା ! ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା କାଙ୍କଡ଼ପାଳ ଗାଁରେ । ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ଘର କାନ୍ଥରେ କଳା ଅଙ୍ଗାରରେ ଲେଖା ହୋଇଛି ଆମେ ବିଷ ପିଇଛୁ -ଉଭୟ ବିଷ ପିଇବା ପରେ ରଶି ଲଗାଇ ଆତ୍ମହତ୍ୟା କରିଛୁ । ତେବେ ସୂଚନା ମୁତାବକ, ଅତ୍ଯଧିକ ଋଣ ଭାର ସହି ନ ପାରି ଦମ୍ପତି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ୍ ପହଁଚି ଅଧିକ ତଦନ୍ତ ଆରମ୍ଭ କରିଛି। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.