ନିର୍ଜଳା ଏକାଦଶୀ ବ୍ରତ ସମୟରେ ଅଧିକ ଶୋଷ ଲାଗିଲେ ପିଇପାରିବେ ପାଣି, ଜାଣନ୍ତୁ ବିଧି

ହିନ୍ଦୁ ଧର୍ମରେ ଏକାଦଶୀ ବ୍ରତ ସବୁଠାରୁ କଠିନ ବ୍ରତ ମଧ୍ୟରେ ଅନ୍ୟତମ। ବର୍ଷକୁ ପଡୁଥିବା ୨୪ ଏକାଦଶୀ ବ୍ରତ ମଧ୍ୟରେ ସବୁଠାରୁ କଷ୍ଟ ହୋଇଥାଏ ନିର୍ଜଳା ଏକାଦଶୀ ବ୍ରତ। ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ନିର୍ଜଳା ଏକାଦଶୀ ପାଳନ କରାଯାଏ। ଏହିଦିନ ଭଗବାନ ବିଷ୍ଣୁଙ୍କୁ ଶେଷରାଶି ରୂପେ ପୂଜା କରାଯାଏ। ଏହିଦିନ ବିନା ପାଣି, ଅନ୍ନ ଏବଂ ଫଳ ଗ୍ରହଣ ନ କରି ବ୍ରତ ପାଳନ କରାଯାଏ। ମାନ୍ୟତା ଅନୁଯାୟୀ, ଏହିଦିନ ବ୍ରତ କରିବା ଦ୍ୱାରା ୨୪ଟି ଏକାଦଶୀର ଫଳ ମିଳିଥାଏ।

କୁହାଯାଏ କି, ନିଜ ଜୀବନରେ ଥରେ ହେଲେ ବି ନିର୍ଜଳା ଏକାଦଶୀ ବ୍ରତ କରିବା ଜରୁରୀ। ଏହାକୁ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ।  ମାସକୁ ଦୁଇଥର ଏକାଦଶୀ ବ୍ରତ ପାଳନ କରାଯାଏ। ତେଣୁ ବର୍ଷକୁ ୨୪ଟି ଏକାଦଶୀ ବ୍ରତ ପଡିଥାଏ। ଏଥିମଧ୍ୟରୁ କିଛି ଏକାଦଶୀର ବିଶେଷ ମହତ୍ତ୍ବ ରହିଥାଏ।

ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ବ୍ରତ ରଖିବା ଦ୍ୱାରା ବ୍ୟକ୍ତିର ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ। ଏହାସହିତ ବ୍ରତ କରିବା ଦ୍ୱାରା ଭୀମଙ୍କୁ ୧୦ ହଜାର ହସ୍ତୀର ଶକ୍ତି ମଧ୍ୟ ମିଳିଥିଲା। ଯାହାଦ୍ୱାରା ଦୁର୍ଯ୍ୟୋଧନ ଉପରେ ବିଜୟ ଲାଭ କରିଥିଲେ ଭୀମ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ବ୍ରତ ପିଲା, ବୃଦ୍ଧ ଏବଂ ରୋଗୀ ବ୍ରତ କରିବା ଉଚିତ ନୁହେଁ। ନିର୍ଜଳା ଏକାଦଶୀ ଦିନ ପାଣି ପିଇବା ମଧ୍ୟ ଅନୁଚିତ। ଯଦି ଆପଣ ବ୍ରତ ସମୟରେ ପାଣି ପିଇବାକୁ ଚାହୁଁଚନ୍ତି, ତେବେ କେମିତି ପିଇବେ। ଏହାକୁ ନେଇ କିଛି ବିଧି କୁହାଯାଇଛି, ତେବେ ଜାଣନ୍ତୁ କ’ଣ :

ନିର୍ଜଳା ଏକାଦଶୀ ଦିନ ଜଳ ଗ୍ରହଣ କରିବାକୁ ମନା କରାଯାଇଛି। ବ୍ରତର ନିୟମ ସଠିକ ଭାବେ ପାଳନ ନ କଲେ ବ୍ରତର ଫଳ କିଛି ମିଳିନଥାଏ। ତେବେ ବ୍ୟକ୍ତି ବ୍ରତ ସମୟରେ ଯଦି ଅତ୍ୟଧିକ ଦେହ ଖରାପ ହୋଇଯାଏ, ତେବେ ପାଣି ପିଇପାରିବେ। ତେଣୁ ଏଥିପାଇଁ ବ୍ରତଧାରୀ ୧୨ ଥର ଓମଃ ନମୋଃ ନାରାୟଣାୟ… ଜପ କରନ୍ତୁ। ଏହାପରେ ଥାଳିରେ ଜଳ ଦେଇ ଆଣ୍ଠୁ ଏବଂ କହୁଣୀ ଲଗାଇ ପଶୁ ପାଣି ପିଇବା ଭଳି ପିଇପାରିବେ। ଏହି ଜଳ ଗ୍ରହଣ କଲେ ବ୍ରତ ଭଙ୍ଗ ହୁଏନାହିଁ।

ekadashi

ଏକାଦଶୀ ବ୍ରତର ଫଳ ପାଇବା ପାଇଁ ସବୁକଥା ଧ୍ୟାନରେ ରଖିବାକୁ ପଡିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ବ୍ରତ ପାରଣ କରିବା ସମୟରେ ଶୁଭ ମୁହୂର୍ତ୍ତ ଏବଂ ତିଥି ଦେଖିବା ଜରୁରୀ।

ଏକାଦଶୀ ବ୍ରତର ବିଧି:

– ଏହି ଦିନ ସକାଳୁ ଜଲଦି ଉଠି ସ୍ନାନ କରି ବ୍ରତ ସଂକଳ୍ପ କରନ୍ତୁ।
– ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରି ପୂଜା କରନ୍ତୁ।
– ପୂଜା ପରେ ମଧ୍ୟ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ ଏବଂ ନାମ ଜପ କରନ୍ତୁ।
– ପୁରା ଦିନ ବ୍ରତ ରଖିବା ପରେ ପର ଦିନ ସକାଳୁ ଗାଧୋଇ ଭଗବାନଙ୍କୁ ଭୋଗ ଲଗାନ୍ତୁ ଏବଂ ବ୍ରାହ୍ମଣକୁ ଦାନ କରି ବ୍ରତ ଶେଷ କରନ୍ତୁ।