ଶିମିଳିପାଳ ଅଭୟାରଣ୍ୟରେ ପୁଣି ଅଘଟଣ: ବାଘ ଗଣନା ସମୟରେ ଆକ୍ରମଣ କଲା ହାତୀ, ଜଣେ ଗୁରୁତର

କରଞ୍ଜିଆ(କେନ୍ୟୁଜ): ବାଘ ଗଣନା ସମୟରେ ହାତୀ ଆକ୍ରମଣ। ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ୬ତାରିଖରୁ ଶିମିଳିପାଳ ଅଭୟାରଣ୍ୟରେ ଥିବା ୧୬ଟି ରେଞ୍ଜର ୧୭୩ଟି ସ୍ଥାନରେ ଚାଲିଛି ବାଘଗଣନା । ବାଘ ଗଣନା ସମୟରେ ଏହି ଅଘଟଣ ଘଟିଛି। ହାତୀ ଆକ୍ରମଣରେ ଗଣନା କାର୍ଯ୍ୟରେ ନିୟୋଜିତ ଥିବା ଫରେଷ୍ଟର ହାତୀ ଆକ୍ରମଣର ଶୀକାର ହୋଇଛନ୍ତି। ଫରେଷ୍ଟର ଜଣକ ତରୁଣ କୁମାର ଦାସ।

ତାଙ୍କୁ ଭୁବନେଶ୍ୱରର ଏକ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗତ ୮ ତାରିଖରେ ଭାଲୁ ଆକ୍ରମଣରେ ଦୁଇ ଜଣ ବନକର୍ମଚାରୀ ଆହତ ହୋଇଥିଲେ। ବାଘ ଗଣନା ସମୟରେ ଶିମିଳିପାଳର ଅଭୟାରଣ୍ୟରେ ଏଭଳି ଘଟଣା ହେଉଛି ଦ୍ୱିତୀୟ । ତେଣୁ ସମସ୍ତ ବନକର୍ମଚାରୀଙ୍କୁ ସତର୍କ ରହି ଗଣନା କାର୍ଯ୍ୟ କରିବା ପାଇଁ ଶିମିଳିପାଳ କର୍ତ୍ତୁପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଆଠ ଦିନ ଧରି ଗଣନା କାର୍ଯ୍ୟ ଚାଲିବ। ଗତ ୬ ତାରିଖରୁ ଆରମ୍ଭ ହୋଇ ୧୩ରେ ଶେଷ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.