Below header

କୁକୁର ହୋଇ ଜନ୍ମ ନେଇଥିଲେ, ସୈନିକ ଭାବେ ଅବସର ନେଲେ

ନୂଆଦିଲ୍ଲୀ : ଏମାନେ ଦିଲ୍ଲୀ ମେଟ୍ରୋରେ ସୁରକ୍ଷା ଦାୟିତ୍ୱରେ ଥିଲେ । ମନଧାନ ଲଗାଇ ନିଷ୍ଠାର ସହ କାମ କରିଛନ୍ତି । ଆଉ ଏବେ ସେମାନଙ୍କର ଅବସର ବୟସ ହୋଇଯାଇଛି । ତେଣୁ ସେମାନଙ୍କୁ ଅବସର ଦିଆଯାଇଛି । ସେହି ସାତ ଜଣଙ୍କ ଅବସରରେ ସମସ୍ତେ ଭାବ ବିହ୍ଵଳ ।… ଆଜ୍ଞା, ଇଏ କୌଣସି ପୋଲିସ୍‌ ଅଧିକାରୀ ନୁହନ୍ତି କିନ୍ତୁ ସେମାନେ ପୋଲିସ୍‌ କର୍ମଚାରୀ । ସେମାନେ ୭ଜଣ ହେଉଛନ୍ତି ପଶୁ । ସିଆଇଏସ୍‌ଏଫ୍‌ର ସନ୍ଧାନୀ କୁକୁର ସେମାନେ । ଦିଲ୍ଲୀରେ ରହି ସୁରକ୍ଷା ଦାୟିତ୍ୱକୁ ଖୁବ୍‌ ଭଲ ଭାବେ ତୁଲାଇଥିବାରୁ ଏହି ସାତଟି ସନ୍ଧାନୀ କୁକୁରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କୁ ପାଳିଥିବା ପୋଲିସ୍‌ କର୍ମଚାରୀମାନେ ଏହି ସମୟରେ ଅତ୍ୟନ୍ତ ଭାବବିହ୍ଵଳ ହୋଇପଡ଼ିଥିଲେ । ୮ ବର୍ଷ ଧରି ସେମାନେ ଏହି ଅର୍ଦ୍ଧସାମରିକ ବାହିନୀରେ କାମ କରିବା ପରେ ଗତ ମଙ୍ଗଳବାର ଦିନ କାମରୁ ଅବ୍ୟାହତି ନେଇଛନ୍ତି ।

DOG-2

ସେମାନଙ୍କୁ ସମ୍ମାନ ଦେଇ କୁହାଯାଇଥିଲା ଯେ ‘ଏମାନେ କୁକୁର ଭାବେ ଜନ୍ମ ହୋଇଥିଲେ ହେଲେ ସୈନିକ ଭାବେ ଅବସର ନେଲେ’ । ଏହି ସାତଟି କୁକୁରଙ୍କ ଭିତରେ ଥିଲେ ତିନିଟି ମାଈ କୁକୁର । ସେମାନଙ୍କ ନାଁ ହେଉଛି ଜେସୀ, ଲକୀ ଓ ଲଭଲୀ । ଏହି ସନ୍ଧାନୀ କୁକୁରମାନେ ଯେଭଳି ଭାବେ ନିଜ ନିଜ କର୍ତ୍ତବ୍ୟ କରିଛନ୍ତି ଆମେ ସେମାନଙ୍କ ପାଖରେ ଚିର ଋଣୀ ବୋଲି ସିଆଇଏସ୍‌ଏଫ୍‌ ପକ୍ଷରୁ କୁହାଯାଇଥିଲା ।
ଏହି ସାତଟି କୁକୁରକୁ ବର୍ତ୍ତମାନ ଏକ ସ୍ୱେଚ୍ଛାସେବୀ ସଂଗଠନ ହାତରେ ଦିଆଯାଇଛି । ଯେଉଁମାନେ ସେମାନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣର ଦାୟିତ୍ୱ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.