୧୯୮୬ ବ୍ୟାଚ୍‌ ଆଇପିଏସ ଅଫିସରଙ୍କୁ ମିଳିଛି ଗୁରୁ ଦାୟିତ୍ୱ, ଏପର୍ଯ୍ୟନ୍ତ ତିନି ଜଣ ପାଇସାରିଛନ୍ତି ଡିଜି ପଦ

କେନ୍ୟୁଜ୍(ବ୍ୟୁରୋ): ଆର ପି ଶର୍ମା, ବି କେ ଶର୍ମା, ଏବେ ଶ୍ରୀ ଅଭୟ କୁମାର । ୧୯୮୬ ବ୍ୟାଚ୍‌ର ତିନି ଆଇପିଏସ ହେଲେଣି ଡିଜି । ବଡ଼ ପଦରେ ୧୯୮୬ ବ୍ୟାଚ୍‌ ଆଇପିଏସ ଅଫିସର । ଜଣେ ସିବିଆଇର ଅନ୍ତରୀଣ ମୁଖ୍ୟ ପଦ ସମ୍ଭାଳି ସାରିଛନ୍ତି । ଆଉ ଜଣେ ଏନଟିଆରଓ ନିର୍ଦେଶକ । ତେବେ ଏହି ବ୍ୟାଚ୍‌ର ସଫଳତାକୁ ନେଇ ସବୁଠି ଚର୍ଚ୍ଚା । ଏହି ବ୍ୟାଚର ଅଧିକାରୀଙ୍କୁବିଭିନ୍ନ ସମୟରେ ଦିଆଯାଇଛି ଗୁରୁ ଦାୟିତ୍ୱ । ଏହି ଗୋଟିଏ ବ୍ୟାଚ୍‌, ଯେଉଁଥିରେ ଏପର୍ଯ୍ୟନ୍ତ ୩ ଜଣ ଡିଜି ପୋଲିସ ହୋଇ ସାରିଛନ୍ତି ।

ଶ୍ରୀ ଅଭୟ । ଏବେ ଓଡ଼ିଶା ଡିଜିପି । ସେ ନ୍ୟାସନାଲ ପୋଲିସ ଏକାଡେମୀ ନିର୍ଦେଶକ ଭାବେ କାମ କରୁଛନ୍ତି । କିଛି ଦିନ ମଧ୍ୟରେ ସେ ଡିଜି ଦାୟିତ୍ୱ ନେବେ । ପୂର୍ବରୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଓ ଓଡ଼ିଶା ସ୍ପେସାଲ ବ୍ରାଞ୍ଚ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଭାରତ ସରକାରଙ୍କ ଅଧୀନରେ ସିବିଆଇ, ସିଆରପିଏଫ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ଅଫ ବୋର୍ଡରେ କାର୍ଯ୍ୟ କରିଛନ୍ତି ଅଭୟ । ସିବିଆଇରେ ତାଙ୍କର ସାତବର୍ଷର ଅଭିଜ୍ଞତା ରହିଛି ।

ବିଜୟ କୁମାର ଶର୍ମା । ଅନ୍ତରୀଣ ଡିଜି ଥିଲେ କିଛି ମାସ ପାଇଁ । ଏହା ପୂର୍ବରୁ ଅଗ୍ନିଶମ ବିଭାଗ ଡିଜି, ପୋଲିସ କମିଶନର ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏବେ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ପାଇଛନ୍ତି ।

ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ଓଡ଼ିଶା ପୋଲିସ ଡିଜି ଭାବେ ଦାୟିତ୍ୱ ତୁଲାଇଛନ୍ତି । ଇଛାକୃତ ଅବସର ନେବା ପରେ ଏବେ ଲୋକାୟୁକ୍ତ ସଦସ୍ୟ ଭାବେ କାମ ତୁଲାଉଛନ୍ତି । ପୂର୍ବରୁ ପୋଲିସ କମିଶନର ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ଏମ ନାଗେଶ୍ୱର ରାଓ । ସାରା ଦେଶରେ ବହୁ ଚର୍ଚ୍ଚିତ ବ୍ୟକ୍ତି । ସିବିଆଇ ମୁଖ୍ୟକୁ ନେଇ ଯେତେବେଳେ ବିବାଦ ବଢ଼ିଥିଲା, ସେତେବେଳେ ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଥିଲା । ଏବେ ସେ ଅଗ୍ନିଶମ ଡିଜି ଭାବେ ଦିଲ୍ଲୀରେ ଅବସ୍ଥାପିତ ଅଛନ୍ତି ।

ପ୍ରଦୀପ କପୁର । ନ୍ୟାସନାଲ ଟେକନିକାଲ ରିସର୍ଚ୍ଚ ଅର୍ଗାନାଇଜସନ ନିର୍ଦେଶକ ଭାବେ କାମ କରୁଛନ୍ତି । ପୋଲିସ ଆଧୁନିକୀକରଣ ଉପରେ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି । ପୋଲିସ କର୍ମଚାରୀ କିଭଳି ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରିପାରିବେ, ସେନେଇ ଅନେକ କାମ କରିଛନ୍ତି ପ୍ରଦୀପ କପୁର ।

୧୯୮୬ ବ୍ୟାଚ୍‌ର ଆଇପିଏଏସ ରାଜ୍ୟ ତଥା ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଛନ୍ତି । କୌଣସି ବ୍ୟାଚ୍‌ରେ ତିନି ଜଣ ଡିଜି ହେବା ପ୍ରଥମ । .. ..ବ୍ୟୁରୋ ରିପୋର୍ଟ, କଳିଙ୍ଗ ଟିଭି ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.