Below header

ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, ଅକାଳରେ ଚାଲିଗଲା ୭ ଜୀବନ

ମୁମ୍ବାଇ- ପୁଣେ ପୁରୁଣା ରାଜପଥରେ ଘଟିଛି ଭୟଙ୍କର ଦୁର୍ଘଟଣା। ଫଳରେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ଆହତ ହୋଇଛନ୍ତି । ଏକ ଯାତ୍ରୀବାହୀ ବସ୍‌ ୧୫୦ ଫୁଟ ଗଭୀର ଖାଇରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି।

ନୂଆଦିଲ୍ଲୀ : ମୁମ୍ବାଇ- ପୁଣେ ପୁରୁଣା ରାଜପଥରେ ଘଟିଛି ଭୟଙ୍କର ଦୁର୍ଘଟଣା। ଫଳରେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ଆହତ ହୋଇଛନ୍ତି । ଏକ ଯାତ୍ରୀବାହୀ ବସ୍‌ ୧୫୦ ଫୁଟ ଗଭୀର ଖାଇରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମହାରାଷ୍ଟ୍ର ରାୟଗଡ଼ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ ଗୋରେଗାଓଁ ଅଞ୍ଚଳର ଏକ ସଂଗଠନ ସହ ଜଡିତ ପ୍ରାୟ ୩୫ ଜଣ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୁଣେ ଯାଇଥିଲେ। ସେମାନେ ପୁଣେରୁ ବସ୍‌ରେ ଘରମୁହାଁ ହୋଇଥିଲେ । ମାତ୍ର ଖୋପୋଲି ଅଞ୍ଚଳ ଦେଇ ବସ୍‌ଟି ଆଜି ସକାଳେ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ୧୫୦ ଫୁଟ ତଳକୁ ଖସି ପଡ଼ିଥିଲା।ଯାହାଫଳରେ ବସ୍‌ ଥିବା ଯାତ୍ରୀଙ୍କ ମଧ୍ୟରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ।

 

ଖବର ପାଇ ତୁରନ୍ତ ପୋଲିସ୍‌, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସ୍‌ଟି ବହୁ ଗଭୀରରେ ଖସି ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟ ଖୁବ୍‌ କଷ୍ଟକର ଥିଲା। ବସ୍‌ ମଧ୍ୟରୁ ୭ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଆହତଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.