Below header

କୁନି ମୁଣ୍ଡରେ ବଡ ଚିନ୍ତାଧାରା, ୮ ବର୍ଷର ଶିଶୁ ଜଳବାୟୁ ପରିବର୍ତ୍ତନ ନେଇ କୋପ-୨୫ ସମିଟରେ ସାରା ବିଶ୍ୱକୁ କଲେ ଆହ୍ୱାନ

ମଣିପୁର ଝିଅ ତଥା ଭାରତର ଗ୍ରେଟା ଭାବେ ପରିଚିତ ୮ ବର୍ଷୀୟ ଝିଅ ଲିସୀପ୍ରିୟ କଙ୍ଗୁଯମ ସ୍ପେନରେ ଅନୁଷ୍ଠିତ ହୋଇଥିବା କୋପ-୨୫ ସମ୍ମେଳନରେ ଯୋଗଦାନ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ବିଶ୍ୱ ନେତା ମାନଙ୍କ ନିକଟରେ ଅନୁରୋଧ କରିଛନ୍ତି । ପୃଥିବୀର ଭବିଷ୍ୟତ ପିଢ଼ିର ଭାଗ୍ୟ କିପରି ସଜଡା ଯାଇ ପାରିବ ସେ ନେଇ ଚିନ୍ତା କରିବାକୁ ସେ ବିଶ୍ୱର ବିଭିନ୍ନ ଦେଶର ନେତାଙ୍କ ନିକଟରେ ଅନୁରୋଧ କରିଛନ୍ତି । ସ୍ପେନରେ ଚାଲିଥିବା କୋପ-୨୫ ସମ୍ମେଳନରେ ମଣିପୁରର ଏହି ଅଳ୍ପ ବୟସ୍କା କୁନି ଝିଅକୁ ନିମନ୍ତ୍ରଣ କରାଯାଇଥିଲା ।

lisipriya

ଏ ଯାବତ ଜଳବାୟୁ ପରିବର୍ତ୍ତନ ବିରୋଧରେ କଂଜୁଗମ ତୀବ୍ର ସ୍ୱର ଉଠିସାରିଲେଣି । ଉତ୍ତର ପୂର୍ବ ରାଜ୍ୟ ମଣିପୁରର ଏହି କୁନି ଝିଅଟି ଜଳବାୟୁ ପରିବର୍ତ୍ତନ ନେଇ ଏପର୍ଯ୍ୟନ୍ତ ସର୍ବମୋଟ ୨୧ ଟି ଦେଶ ନିକଟରେ ନିଜ ମତ ରଖିସାରିଲେଣି । ବିଭିନ୍ନ ବୈଦେଶିକ ଖବର କାଗଜ ତାଙ୍କୁ ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧର ଗ୍ରେଟା ଥନବର୍ଗ ବୋଲି ଉଲ୍ଲେଖ କରିଛନ୍ତି । ତାଙ୍କୁ ନିକଟରୁ ଦେଖିଥିବା ବ୍ୟକ୍ତି ମାନେ କୁହନ୍ତିକି କଂଜୁଗମ ଅତ୍ୟନ୍ତ ପରିପକ୍ଵତାର ସହ ଜଳବାୟୁ ବିଷୟ ଗୁଡିକ ସର୍ବସମ୍ମୁଖରେ ରଖନ୍ତି । ଯାହାକି ହୁଏତ ତାଙ୍କ ବୟସର ପିଲାଙ୍କ କ୍ଷେତ୍ରରେ ସେତେଟା ସଂଭବପର ହୋଇନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.