Below header

ଏହି ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୫ ଟି ଭୋଟ୍, କାନ୍ଦି କାନ୍ଦି କହିଲେ ଘର ଲୋକ ଦେଇଛନ୍ତି ଧୋକା

ଏକଜିଟ୍ ପୋଲ୍ ପ୍ରଥମେ ବିରୋଧୀଙ୍କ ଆଶ୍ଚର୍ଯ୍ୟ କରିଥିଲା । ଆଉ କାଲିର ରେଜଲ୍ଟ ବଳିଥିବା ବାକି ଆଶାକୁ ମଉଲାଇ ଦେଲା । ପୁଣି ଥରେ ଦେଶରେ ଚାଲିଲା ମୋଦି ମ୍ୟାଜିକ୍ । ଲୋକତନ୍ତ୍ରର ସବୁଠୁ ବଡ଼ ଶକ୍ତି ଭୋଟ୍ ଯାହାର ଚୋଟ ପୁଣି ଥରେ ବିରେଧୀଙ୍କ ଉପରେ ପଡିଛି ।

ତେବେ ହାର ଜିତର ଏହି ଖେଳରେ କିଛି ପ୍ରାର୍ଥୀ ଏମିତି ଅଛନ୍ତି ଯିଏ ନିଜର ପରାଜୟ ପାଇଁ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସେମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ପ୍ରାର୍ଥୀ ଜଣକ ହେଉଛନ୍ତି ପଂଜାବର । ଏହି ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୫ ଟି ଭୋଟ୍ । ଏପରିକି ପରିବାରର ସମସ୍ତ ସଦସ୍ୟ ତାଙ୍କୁ ଭୋଟ୍ ଦେଇନାହାଁନ୍ତି । ପରିବାରର ୯ ଜଣ ସଦସ୍ୟଙ୍କ ମଧ୍ୟରୁ ମାତ୍ର ୫ ଜଣ ତାଙ୍କୁ ଭୋଟ୍ ଦେଇଛନ୍ତି । ଏନେଇ ଯେତବେଳେ ସ୍ଥାନୀୟ ସାମ୍ବାଦିକ ତାଙ୍କ ସହ କଥା ହେଲେ ସେତେବେଳେ ସେ ଜୋରରେ କାନ୍ଦି ପକାଇଲେ । କାନ୍ଦି କାନ୍ଦି କହିଥିଲେ ମୋର ଘର ଲୋକ ମୋ ସହ ବେଇମାନୀ କରିଛନ୍ତି । ଏତିକି କହି ଜୋରରେ କାନ୍ଦିବାକୁ ଲାଗିଥିଲେ । ଏପରିକି ଚୁପ୍ ହେବାରେ ନାଁ ମଧ୍ୟ ନେଉନଥିଲେ । ପ୍ରାର୍ଥୀଙ୍କ ଏହି ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.