ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ

ପ୍ରଥମେ ନିରଞ୍ଜନ ଏବେ ଭକ୍ତ ଦାସ । ନିର୍ବାଚନରେ କଂଗ୍ରେସର ଶୋଜନୀୟ ପରାଜୟ ପରେ ଜଣେ ପରେ ଜଣେ ନେତା ନିଜ ପଦରୁ ଇସ୍ତଫା ଦେଉଛନ୍ତି । ସଭାପତି ପଦରୁ ନିରଞ୍ଜନ ଇସ୍ତଫା ଦେବା ପରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଆଜି ଭକ୍ତ ଦାସ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି ।

ଗତକାଲି ରାଜ୍ୟରେ ୧୪୬ଟି ବିଧାନସଭା ସମେତ ୨୧ଟି ଲୋକସଭାରେ ଭୋଟ ଗଣତି ହୋଇଥିଲେ । ଏଥିରେ କଂଗ୍ରେସ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଦଳ ବିଧାନସଭାରେ ମାତ୍ର ୮ଟି ଆସନରେ ବିଜୟ ଲାଭ କରିଥିବା ବେଳେ ମାତ୍ର ଗୋଟିଏ ଲୋକସଭା ଆସନ ହାସଲ କରିଥିଲା । ଏହାପରେ ଆଜି ନୈତିକତା ଦୃଷ୍ଟିରୁ ପ୍ରଥମେ ପିସିସ ସଭାପତି ପଦରୁ ନିରଂଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.