Below header

କହିଥିବା କଥା ରଖିବେ କି ? କଣ ରାଜନୀତିରୁ ସନ୍ୟାସ ନେବେ ସିଦ୍ଧୁ

ଆମେଠିରୁ ରାହୁଲ୍ ଗାନ୍ଧୀଙ୍କୁ ସ୍ମୃତି ଇରାନୀ ହରାଇଦେଲେ ରାଜନୀତିରୁ ନେବି ସନ୍ୟାସୀ । ଏକ ନିର୍ବାଚନ ଭାଷଣରେ ଏପରି କହିଥିଲେ ନବଜ୍ୟୋତ ସିଂହ ସିଦ୍ଧୁ । କିନ୍ତୁ କାଲି ରେଜଲ୍ଟ ଆସିଯାଇଛି । ଆଉ ରାହୁଲଙ୍କୁ ୫୫ହଜାରରୁ ଅଧିକ ଭୋଟରେ ମାତ ଦେଇଛନ୍ତି ସ୍ମୃତି । ଏବେ କଣ କରିବ ସିଦ୍ଧୁ । କଣ ରାଜନୀତିରୁ ସତରେ ନେବେ ସନ୍ୟାସ । ନା କେବଳ ଭାଷଣରେ ରହିଯିବ ତାଙ୍କ କଥା । ତେବେ ସିଦ୍ଧୁ କଣ କରିବେ ଏହା ପର କଥା । ହେଲେ ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିସାରିଲେଣି ୟୁଜର୍ । ଟୁଇଟରରେ #sidhuquitpolitics ଏବଂ #Sidhu Ji ଟ୍ରେଣ୍ଡ କରୁଛି ।

ଏହା ସହ ୟୁଜର ସିଦ୍ଧୁଙ୍କ ପୁରୁଣା ଭାଷଣର ସ୍କ୍ରିନ ସଟ୍ ଫେସବୁକ୍ ଏବଂ ଟୁଇଟରରେ ସେୟାର୍ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଏବେ ଆମେ ୱାର୍ଲ୍ଡ କପରେ ଆପଣଙ୍କ କମେଣ୍ଟ୍ରିକୁ ଅପେକ୍ଷା କରିଛୁ ଯଦି ଆପଣ ଇସ୍ତଫା ଦେଉଛନ୍ତି । ତେବେ ସିଦ୍ଧୁଙ୍କୁ ନେଇ ଅନେକ ମିମ୍ ଭାଇରାଲ୍ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.