କନ୍ଧମାଳ ଲୋକସଭାରେ ଡକ୍ଟର ଅଚ୍ୟୁତ ସାମନ୍ତ ବିପୁଳ ଭୋଟରେ ବିଜୟୀ

କନ୍ଧମାଳ(କେନ୍ୟୁଜ୍) : କନ୍ଧମାଳ ଲୋକସଭାରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ବିପୁଳ ଭୋଟରେ ବିଜୟ ହାସଲ କରିଛନ୍ତି । ଏହା ପରେ ଆଜି ସେ ଫୁଲବାଣୀ ସ୍ଥିତ ବିଜୁ ପଟ୍ଟନାୟକ ଛକ ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏହା ସହ ଦଳୀୟ କର୍ମକର୍ତ୍ତା ଓ ସହରର ସାଧାରଣ ଲୋକଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । କନ୍ଧମାଳ ସାଂସଦ ଭାବେ ବିଜୟ ଲାଭ କରିଥିବାରୁ କନ୍ଧମାଳବାସୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ସାଂସଦ ହେବା ପରେ ପୂରଣ କରିବେ ବୋଲି କହିଛନ୍ତି ଡକ୍ଟର ସାମନ୍ତ । ଏହି ବିଜୟ ଉତ୍ସବରେ ବିଜୟୀ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ସଭାପତି ଆକାଂକ୍ଷା ପ୍ରଧାନଙ୍କ ସମେତ ବହୁ ଦଳୀୟ କମୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.