Below header

ବିମୁଦ୍ରୀକରଣ ପରେ ଫେରିଛି ୯୯.୩ ପ୍ରତିଶତ ପୁରୁଣା ନୋଟ : ଆରବିଆଇ ରିପୋର୍ଟ

ନୂଆଦିଲ୍ଲୀ : ବିମୁଦ୍ରୀକରଣ ଘୋଷଣା ପରେ ୯୯. ୩ ପ୍ରତିଶତ ପୁରୁଣା ୫ଶହ ଓ ୧ ହଜାର ଟଙ୍କିଆ ନୋଟ ‌ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ – ଆରବିଆଇକୁ ଫେରିଛି। ଏ ନେଇ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବାର୍ଷିକ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି । ୨୦୧୬ ନଭେମ୍ବର ୮ ତାରିଖରେ ବିମୁଦ୍ରୀକରଣ ସଂପର୍କରେ ଘୋଷଣା ପୂର୍ବରୁ ୧୫ ଲକ୍ଷ ୪୧ ହଜାର କୋଟି ଟଙ୍କାର ୫ଶହ ଓ ହଜାରେ ଟଙ୍କିଆ ନୋଟ ବଜାରରେ ସର୍କୁଲେସନ ହେଉଥିଲା।

ତେବେ ବିମୁଦ୍ରିକରଣ ପରେ ୧୫ ଲକ୍ଷ ୩୧ ହଜାର କୋଟି ଟଙ୍କାର ୫ଶହ ଓ ହଜାର ଟଙ୍କିଆ ନୋଟ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଫେରିଛି। ଅର୍ଥାତ୍‌ ବଜାରରେ ମାତ୍ର ୧୦ ହଜାର କୋଟି ଟଙ୍କାର ୫ଶହ ଓ ହଜାରେ ଟଙ୍କିଆ ନୋଟ ଆରବିଆଇକୁ  ଆସିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.