Below header

ଟାଟା ସନ୍ସ ଚେୟାରମ୍ୟାନ ଏନ୍‌ ଚନ୍ଦ୍ରଶେଖରନ୍‌ ସମ୍ଭାଳିବେ ଏୟାର ଇଣ୍ଡିଆର କମାଣ୍ଡ

ଟାଟା ସନ୍ସର ଚେୟାରମ୍ୟାନ ଏନ୍‌ ଚନ୍ଦ୍ରଶେଖରନ୍‌ଙ୍କୁ ଏୟାର ଇଣ୍ଡିଆର ଚେୟାରମ୍ୟାନ କରାଯାଇଛି। ଟାଟା ଗ୍ରୁପ୍‌ ପୂର୍ବରୁ ତୁର୍କୀର ଇଲ୍‌କର ଆୟସୀଙ୍କୁ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ରୂପେ ଘୋଷିତ କରିଥିଲା। କିନ୍ତୁ ଭାରତରେ ବିରୋଧ ପରେ ଇଲ୍‌କର ଆୟସୀ ପଦ ସମ୍ଭାଳବାକୁ ମନା କରି ଦେଇଥିଲେ। ଚନ୍ଦ୍ରଶେଖରନ୍‌ ଅକ୍ଟୋବର ୨୦୧୬ରେ ଟାଟା ସନ୍ସର ବୋର୍ଡରେ ସାମିଲ ହୋଇଥିଲେ ଏବଂ ୨୦୧୭ ଜାନୁଆରୀରେ ତାଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା।

ସୋମବାର ଟାଟା ଗ୍ରୁପ୍‌ର ବୋର୍ଡ ବୈଠକରେ ଏୟାର ଇଣ୍ଡିଆର ଅଧ୍ୟକ୍ଷ ପଦରେ ମୋହର ଲଗାଯାଇଛି। ଟାଟା ସନ୍ସ ଦ୍ୱାରା ନିକଟରେ ଏୟାର ଇଣ୍ଡିଆର ଅଧିଗ୍ରହଣ କରାଯାଇଥିଲା, ଯାହା ପରେ ଏହାର ଚେୟାରମ୍ୟାନ ପଦବୀ ଖୋଜା ଚାଲିଥିଲା। ବର୍ତ୍ତମାନ ବୋର୍ଡ ବୈଠକରେ ଏହି ନିଯୁକ୍ତିକୁ ମଞ୍ଜୁରୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.