Below header

ଏହି ଉପାୟ ଆପଣାନ୍ତୁ , ଆଇବ୍ରୋ ସେପ୍‌ କରିବା ବେଳେ ଜମା କାଟିବନି

ମୁହଁର ସୌନ୍ଦର୍ଯ୍ୟ ବଢ଼ାଇବାରେ ଆଇବ୍ରୋ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଆଇବ୍ରୋ ବେସାଇଜ୍‌ ହୋଇଥିଲେ, ମୁହଁର ସୁନ୍ଦରତା ବି ଦ୍ୱିଗୁଣିତ ହୋଇଯାଏ। କିନ୍ତୁ ଆଇବ୍ରୋକୁ ସେପ୍‌ କରିବା ବେଳେ ଭାରି କଷ୍ଟ ହୁଏ। ଏହି କଷ୍ଟ ଯୋଗୁ ବେଳେ ବେଳେ ଆଇବ୍ରୋ ଖରାପ ହୋଇଯାଏ। ଫଳରେ ପୂରା ଲୁକ୍‌ ଖରାପ ହୋଇଯାଏ। ମହିଳାଙ୍କୁ କାଟିଲେ ସେମାନେ ମୁହଁ ହଲଚଲ କରିଥାନ୍ତି। ଫଳରେ ଆଇବ୍ରୋର ସେପ୍‌ ଖରାପ ହୋଇଯାଏ। ବେଳେ ଏହି ସମୟରେ ମୁହଁ କାଟି ବି ହୋଇଯାଏ। ତେବେ ଆପଣ ଚାହିଁଲେ କିଛି ଟିପ୍ସ ଫଲୋ କରି ଆଇବ୍ରୋ କାଟିବା ବେଳେ ହେଉଥିବା ଯନ୍ତ୍ରଣାକୁ କମ୍‌ କରିପାରିବ। ଆସନ୍ତୁ ଜାଣିବା କେମିତି…

ତ୍ୱଚାକୁ ଘଷନ୍ତୁ:

ଆଇବ୍ରୋ ସେପ୍‌ କରିବାକୁ ଯିବା ପୂର୍ବରୁ ସେହି ଜାଗାକୁ ଟିକେ ଘଷନ୍ତୁ। ଏହା ଦ୍ୱାରା ଅତିରିକ୍ତ ତୈଳାଂଶ ବାହାରି ଯିବ। ଫଳରେ ଆଇବ୍ରୋ ଚୁଟି ଆରାମରେ ବାହାରି ଆସିବ।

ସ୍କିନ୍‌କୁ ଟାଇଟ୍‌ ରଖନ୍ତୁ:

ଥ୍ରେଡିଂ କରିବା ବେଳେ କଷ୍ଟ ହେଉଥିଲେ ଆଇବ୍ରୋର ଉପର ଅଂଶକୁ ଟାଇଟ୍‌ କରି ଧରନ୍ତୁ। ଏମିତି କରିବା ଦ୍ୱାରା ତ୍ୱଚାର ଅଧିକ କ୍ଷତି ହେବ ନାହିଁ। ଟାଇଟ୍‌ ସ୍କିନ୍‌ରେ ଅଧିକ କଷ୍ଟ ବି ହେବ ନାହିଁ।

ବରଫ ଲଗାନ୍ତୁ:

ଆଇବ୍ରୋ କାଟିବା ପୂର୍ବରୁ ବରଫ ଲଗାଇ ଦିଅନ୍ତୁ। ଏହା ଦ୍ୱାରା ସେହି ସ୍ଥାନ ବଧିରା ହୋଇଯିବ। ଫଳରେ ଯନ୍ତ୍ରଣା ଜଣାପଡ଼ିବ ନାହିଁ। ଏଥିସହ ତ୍ୱଚା ଲାଲ୍‌ ବି ପଡ଼ିବ ନାହିଁ। ଏହା ଦ୍ୱାରା ସହଜରେ ଆଇବ୍ରୋ ସେପ୍‌ ହୋଇଯିବ ଓ ଆପଣ ଜାଣି ବି ପାରିବେନି।

Also Read: ହୋଲି ରଙ୍ଗ ଛଡ଼ାଇବା ବେଳେ ଆଦୌ କରନ୍ତୁନି ଏମିତି ଭୁଲ, ଖରାପ ହୋଇପାରେ ତ୍ୱଚା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.