Below header

ୟୁକ୍ରେନ ସହିତ ଯୁଦ୍ଧ ନେଇ ଚୀନ ଠାରୁ ସାହାଯ୍ୟ ମାଗୁଛି ରୁଷ

ଆମେରିକା ଅଧିକାରୀଙ୍କ କହିବା ଅନୁଯାୟୀ ୟୁକ୍ରେନ ବିରୋଧରେ ଯୁଦ୍ଧ ନେଇ ଚୀନ ସୈନ୍ୟଙ୍କ ସାହାଯ୍ୟ ମାଗିଛି ରୁଷ । ଚୀନର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ମସ୍କୋ ତରଫରୁ କରାଯାଇଥିବା ଏହି ଅନୁରୋଧ ସୂଚନା ଦେଉଛିକି ଭ୍ଲାଦିମିର ପୁଟିନଙ୍କୁ ଏହି ଯୁଦ୍ଧରେ ଅଧିକ ମାତ୍ରାରେ ଝଟକାର ସାମ୍ନା କରିଛନ୍ତି । “ବ୍ଲୁମବର୍ଗ” ତରଫରୁ ଜାରି ହୋଇଥିବା ରିପୋର୍ଟ ମୁତାବକ, ରୁଷ ପକ୍ଷରୁ ଯୁଦ୍ଧ ନେଇ କରାଯାଇଥିବା ଏହି ଅନୁରୋଧ ନୂଆ ନୁହେଁ । ଏହା ପୂର୍ବରୁ ଫେବୃଆରୀ ୨୪ ତାରିଖରେ ୟୁକ୍ରେନ ଉପରେ ପ୍ରଥମ ଥର ପାଇଁ କରାଯାଇଥିବା ଆକ୍ରମଣ ପୂର୍ବରୁ ବି ଚୀନ ନିକଟରେ ଅନେକ ଥର ଅନୁରୋଧ କରିଛି ରୁଷ । ଅନ୍ୟପକ୍ଷରେ ହ୍ୱାଇଟ ହାଉସର ମୁଖପାତ୍ର ଏନେଇ କିଛି ବି ମନ୍ତବ୍ୟ ରଖିବାକୁ ମନା କରିଦେଇଛନ୍ତି ।

ଦୀର୍ଘ ଏକ ମାସ ପାଖାପାଖି ହେବ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଆମେରିକା ଓ ଚିନ ମଧ୍ୟରେ ପ୍ରଥମ ଥର ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ବସିବା ନେଇ ଯୋଜନା ସ୍ଥିରୀକୃତ ହେବା ପରେ ଏହି ଘଟଣା ବାବଦରେ ସାମ୍ନାକୁ ଆସୁଛି । ସୋମବାର ରୋମରେ ଚିନର ଶୀର୍ଷ ଦୂତ, କମ୍ୟୁନିଷ୍ଟ ବ୍ୟୁରୋ ହେଡ଼ ପୋଲିତ ବ୍ୟୁରୋର ସଦସ୍ୟ ୟଙ୍ଗ ଜୀଏଚସିଙ୍କ ସହିତ ଭେଟ କରିବେ ।

ସେପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲଗାତାର ୧୯ତମ ଦିନରେ ପହଞ୍ଚିଛି। ଏହି ଯୁଦ୍ଧରେ ୟୁକ୍ରେନ ନିଜର ଅନେକ କିଛି ହରାଇ ସାରିଛି । ଦେଶର ଅନେକ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଶହ ଶହ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ତଥାପି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି ନିଜ ସୈନିକମାନଙ୍କର ମନୋବଳ ଦୁର୍ବଳ ହେବାକୁ ଦେଉ ନାହାନ୍ତି। ଏହାରି ଭିତରେ ଜେଲେନସ୍କି ହଠାତ୍‌ କିଭ୍‌ସ୍ଥିତ ଏକ ସେନା ହସ୍ପିଟାଲ ପହଞ୍ଚିଥିଲେ। ତାଙ୍କୁ ଦେଖି ସେଠାରେ ଚିକିତ୍ସିତ ହେଉଥିବା ସୈନ୍ୟ ବିଶ୍ୱାସ କରିପାରି ନ ଥିଲେ କି, ଖୋଦ୍‌ ରାଷ୍ଟ୍ରପତି ସେମାନଙ୍କୁ ଭେଟିବାକୁ ଆସିଛନ୍ତି। ଜେଲେନସ୍କି ହସ୍ପିଟାଲରେ ଆହତ ୟୁକ୍ରେନ ସୈନ୍ୟମାନଙ୍କର ମନୋବଳ ବଢ଼ାଇଥିଲେ। ଜେଲେନସ୍କିଙ୍କର ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.