ମାଡ ଥେରାପୀ ଦେଲେ ଡାକ୍ତର, ରୋଗୀକୁ ଗୋରୁ ଗାଈ ପିଟି ହସ୍ପିଟାଲରୁ କଲେ ବାହାର

ଧର୍ମଗଡ (କେନ୍ୟୁଜ) : ରାଗିଲେ ତ ରାଗିଲେ, ରୋଗୀକୁଔଷଧ ବଦଳରେ ମାଡ ଥେରାପୀ ଦେଲେ ଡାକ୍ତର। ଦେଖୁନାହାଁନ୍ତି ଗୁଡେଇ ତୁଡେଇ ବିଧା ମୁଥ ଗୋଇଠା ଦେଇ ରୋଗୀଙ୍କୁ ଘାଇଲା କଲେ ଡାକ୍ତର। ସେତିକିରେ ମନ ଶାନ୍ତି ହେଲାନି। ହସ୍ପିଟାଲ ଭିତରେ ଗୋଟେ ରଡ୍‌ ଆଣି ରୋଗୀକୁ ପିଟିଚାଲିଲେ ଗୋରୁ ଗାଈ ଭଳି। ଏମିତିକି ସିକ୍ୟୁରିଟି ଗାର୍ଡମାନେ ମଧ୍ୟ ତାଙ୍କୁ ଛଡାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଡାକ୍ତର ଯେମିତି ନଛୋଡବନ୍ଧା।

ଦୌଡି ଦୌଡି ରୋଗୀକୁ ଗୁଣ୍ଡା ଭଳି ପିଟି ଚାଲିଛନ୍ତି। ରୋଗୀ ଯେତେ କାକୁତି ମିନତୀ ହେଲେ ବି ଶୁଣିଲେନି ଡାକ୍ତର। ଡାକ୍ତରଙ୍କ ରାଗ ଦେଖିଲେ ଲାଗୁଥିଲା ଯେମିତି ତାଙ୍କ ଦେହର ରକ୍ତ ସବୁ ମୁଣ୍ଡକୁ ଉଠିଯାଇଛି। ଦେଖନ୍ତୁ କି ମାଡ, ବେକରେ ସ୍ଟେଥୋ ଝୁଲୁଛି, ହାତରେ ବି ଗ୍ଲୋଭସ ପିନ୍ଧା ହୋଇଛି। ପୂରା ଫିଲ୍ମ ଷ୍ଟାଇଲରେ ପୁଣି ହସ୍ପିଟାଲ ଭିତରେ। ଡାକ୍ତର ଜଣଙ୍କ କିଛି ଶୁଣିବାକୁ ନାରାଜ ଯେମିତି, ମାଡ ଆଉ ରାଗ ଦେଖି ଲାଗୁଛି ଆଜି ସବୁ ଜୋସ୍‌ ଦେଖାଇଦେବେ ଡାକ୍ତର।

ଏ ଚିତ୍ର ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ। ଯେଉଁଠି ଏ ଅଭାବନିୟ ଘଟଣା ଘଟି ଯାଇଛି। ଆପଣଙ୍କ ମନରେ ନିଶ୍ଚୟ ଆସୁଥିବ କଣ ଏମିତି ହେଇଗଲା ଯେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀକୁ ଏମିତି ଗାଈ ଗୋରୁ ଭଳି ପିଟୁଛନ୍ତି ଡାକ୍ତର। କାରଣ କଣ ନିଶ୍ଚୟ ଭାବୁଥିବେ ଆପଣ। ବାସ୍ତବରେ ଜଣେ ରୋଗୀ ପେଟ ଯନ୍ତ୍ରଣା ପାଇଁ ଧର୍ମଗଡ ଚିକିତ୍ସାଳୟକୁ ଆସିଥିଲେ।

ହେଲେ ଡାକ୍ତର ଡିଉଟିରେ ନଥିବା ଯୋଗୁଁ ଡାକ୍ତର କୁଆଡେ ଗଲେ ବୋଲି ପାଟି କରିଥିଲେ ରୋଗୀ ଜଣଙ୍କ। ପରେ ମେଡ଼ିସିନ ଖାଇ ଡାକ୍ତର ଖାନା ରେ ବସିଥିବା ବେଳେ ଡାକ୍ତର ହଠାତ୍‌ ତାଙ୍କ ପାଖକୁ ଆସି କଣ ପାଇଁ ଏମିତି ପାଟି କରୁଛ କହି ରୋଗୀଙ୍କୁ ଆକ୍ରମଣ କରିଥିଲେ। ଆଉ ତାପରର ସ୍ଥିତି ଆପଣଙ୍କ ସାମ୍ନାରେ।

ପରିସ୍ଥିତି ଏମିତି ଅଣାୟତ୍ତ ହେଲା ଯେ ପୋଲିସ ଘଟଣାର ତଦନ୍ତ କରି ରୋଗୀ ଏବଂ ଡାକ୍ତରଙ୍କୁ ପଚରା ଉଚୁରା କରି ଡାକ୍ତରଙ୍କୁ ଥାନାକୁ ନେଇଛି। ତେବେ ଡାକ୍ତର ଜଣଙ୍କ ଜଣାଇଛନ୍ତି ଯେ ମାଡ ଖାଇଥିବା ଉକ୍ତ ଯୁବକ ଜଣଙ୍କ ମଦ ପିଇ ହସ୍ପିଟାଲରେ ହୋହାଲ୍ଲା କରିଥିଲେ ଏବଂ ଡାକ୍ତରଙ୍କୁ ଖରାପ ବ୍ୟବହାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.