Below header

‘ହାଏରେ କି ହେଲା ଏ ଯୁଗ’: ମଦ ପାଇଁ ଏତେ ବିକଳ ଯେ ହ୍ୟାଣ୍ଡସାନିଟାଇଜରରୁ ପ୍ରସ୍ତୁତ କରୁଥିଲେ ମଦ, ହେଲେ ଗିରଫ

କରୋନା ଭାଇରସ ଯୋଗୁଁ ହ୍ୟାଣ୍ଡସାନିଟାଇଜରର ବ୍ୟବହାର ବହୁତ ବଢିଯାଇଛି। କିନ୍ତୁ କେବେ ଶୁଣିଛନ୍ତି କି, ହ୍ୟାଣ୍ଡସାନିଟାଇଜରରୁ ମଦ ପ୍ରସ୍ତୁତ ହୋଇପାରିବ ? ମଧ୍ୟପ୍ରଦେଶ ରାଇସେନ ଜିଲ୍ଲାର ଜଣେ ଯୁବକ ହ୍ୟାଣ୍ଡ ସାନିଟାଇଜରରୁ ମଦ ପ୍ରସ୍ତୁତ କରି ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଯୁବକ ଜଣକ ନାମ ଇନ୍ଦଲ ସିଂ ରାଜପୁତ।

ସୂଚନାଯୋଗ୍ୟ, ବର୍ତ୍ତମାନ ଲକଡାଉନ ଚାଲିଥିବା ଯୋଗୁଁ ମଦ ଦୋକାନ ସବୁ ବନ୍ଦ ରହିଛି। କିନ୍ତୁ ପୋଲି କହିବାନୁଯାୟୀ ଗିରଫ ଯୁବକ ଜଣକ ସାନିଟାଇଜରରୁ ମଦ ପ୍ରସ୍ତୁତ କରୁଥିଲେ। ଯେଉଁଥିରେ ୭୦ ପ୍ରତିଶତ ଆଲକହଲ ରହିଥିଲା। ମଧ୍ୟପ୍ରଦେଶ ସରକାର ରାଜ୍ୟରେ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସାନିଟାଇଜରକୁ ନେଇ ଯୁବକ ଜଣକ କିପରି ମଦ ପ୍ରସ୍ତୁତ କରୁଥିଲା ତାହା ପୋଲିସ ପାଇଁ ଚିନ୍ତାର ବିଷୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.