ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ, କହିଲେ ସରକାରଙ୍କ ସମସ୍ତ ନିୟମ କଡାକଡି ପାଳନ କରନ୍ତୁ ନଚେତ୍ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଜ ତଥା ନିଜ ପରିବାରର ଜୀବନ ରକ୍ଷା ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡାକଡି ପାଳନ କରନ୍ତୁ । ଏହାର ଉଲଂଘନ କ୍ଷେତ୍ରରେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଅବଗତ କରିବେ । ଉଲଂଘନକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

sealedଏହା ସହ ନବୀନ କହିଛନ୍ତି, ରାଜ୍ୟକୁ ଫେରୁଥିବା ପ୍ରତ୍ୟେକ ଓଡ଼ିଆ ଆମ ନିଜର । ବର୍ତ୍ତମାନ ସମୟରେ ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ । ପ୍ରତିଟି ଜୀବନର ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହ କ୍ୱାରେଣ୍ଟାଇନ୍‌ର ବ୍ୟବସ୍ଥା ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଓଡ଼ିଶା ଭଲ ସ୍ଥିତିରେ ରହିଛି । ଏଥିପାଇଁ ଲକ୍ଷ ଲକ୍ଷ ଲୋକ ନିରନ୍ତର କାମ କରୁଛନ୍ତି । ବହୁ ଓଡ଼ିଆ ନିଜ କର୍ମରୁ ଊର୍ଦ୍ଧ୍ୱକୁ ଯାଇ ତ୍ୟାଗ ମନୋଭାବ ନେଇ ଏପରି ପରିସ୍ଥିତିକୁ ସାମ୍ନା କରୁଛନ୍ତି । ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜର ଉତ୍ତର ଦାୟିତ୍ୱ ନିର୍ବାହ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.