ପିଶାଚିନୀ ମା: ନିଜ ୪ ବର୍ଷର ପୁଅକୁ ପାଣି ଟାଙ୍କିରେ ବୁଡାଇ କଲା ହତ୍ୟା

ରାଜସ୍ଥାନ : ଦୁନିଆର ସବୁଠୁ ନିରାପଦ ସ୍ଥାନ ହେଉଛି ମା’ର କୋଳ। ମା’ଠାରୁ ଦୁନିଆରେ ଆଉ କେହି ନିଜର ନାହାନ୍ତି। କିନ୍ତୁ ମା’ ଏଠି ସନ୍ତାନର ଶତ୍ରୁ ପାଲଟି ଯାଉଛି। ନିଜ ଜନ୍ମକଲା ସନ୍ତାନର ଜୀବନ ନେଉଛି। ରାଜସ୍ଥାନର ଜିଲ୍ଲାର ଶିକର ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡାର ପରିଣତି ସ୍ୱରୂପ ଏକ ନିରୀହ ଜୀବନର ପ୍ରାଣ ଯାଇଛି। ସ୍ତ୍ରୀ ଜଣକ ନିଜ ଜନ୍ମକଲା ପୁଅକୁ ପାଣି ଟାଙ୍କିରେ ବୁଡାଇ ହତ୍ୟା କରିଛନ୍ତି।

son

ବୁଡାନିଆ ଗ୍ରାମର ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସବୁବେଳେ ଝଗଡା ହେଉଥିଲା। ସ୍ୱାମୀ ଜଣକ ସ୍ତ୍ରୀଙ୍କ ଚରିତ୍ରକୁ ନେଇ ପ୍ରାୟ ସମୟରେ ସନ୍ଦେହ କରି ଝଗଡା କରୁଥିଲେ। ଏହି ଝଗଡାରେ ସ୍ତ୍ରୀ ଜଣକ ବ୍ୟତିବ୍ୟସ୍ତ ହୋଇ ଏପରି ଏକ ଅମାନବୀୟ କାର୍ଯ୍ୟ କରିଛନ୍ତି। ରାତ୍ରିରେ ନିଜ ଜନ୍ମିତ ୪ ବର୍ଷର ପୁଅକୁ ପାଣି ଟାଙ୍କିରେ ବୁଡାଇ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ଏହାକୁ ଏକ ଆକ୍ରମଣ ଜନିତ ଦୁର୍ଘଟଣା ବୋଲି ସଫେଇ ଦେଇଥିଲେ। ଏପରିକି ସେ ନିଜ ଗଳା ଓ ହାତକୁ କାଟି ତାଙ୍କୁ କେହି ଆକ୍ରମଣ କରିଥିବାର ପ୍ରମାଣ କରିବାକୁ ଚେଷ୍ଟା ଚଳାଇଥିଲେ । ପୋଲିସ୍ ଏହାକୁ କିଛିକାଂଶରେ ଗ୍ରହଣ କରିଥିବାବେଳେ ପ୍ରମାଣ ପାଇ ମହିଳାଙ୍କୁ ପଚାରି ସତ୍ୟ ଜାଣିବାକୁ ପାଇଛି। ସ୍ତ୍ରୀ ଜଣକ ନିଜର ଦୋଷକୁ ସ୍ୱୀକାର କରିଛନ୍ତି । ହତ୍ୟା ଘଟଣାରେ ସ୍ତ୍ରୀକୁ ଗିରଫ କରାଯାଇଥିବାବେଳେ ସ୍ୱାମୀଙ୍କୁ ମାନସିକ ରୂପରେ ସ୍ତ୍ରୀକୁ ହଇରାଣ କରୁଥିବା ନେଇ ତା’ ବିରୋଧରେ ମଧ୍ୟ ମାମଲା ଦାଏର କରାଯାଇଛି ।