Below header

ଗ୍ଲୋଭ୍ସ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ସବୁ ଚେଷ୍ଟା ପରେ ବି ବଞ୍ଚି ପାରିଲେନି ୬ ଜଣ

ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଠାରେ ଥିବା ଏକ ଗ୍ଲୋଭ୍ସ ଫ୍ୟାକ୍ଟ୍ରିରେ ଭୟଙ୍କର ଭାବେ ଅଗ୍ନିକାଣ୍ଡ ଘଟି ଯାଇଛି । ଏଭଳି ଅଭାବନୀୟ ଦୁର୍ଘଟଣାରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ।

ସର୍ବଗିଳା ନିଆଁ ଯେତେବେଳେ ଜଳିବା ଆରମ୍ଭ କରେ ସେତେବେଳେ କିଛି ମାନେନି । ଘର, ଜଙ୍ଗଲ ସବୁକିଛି ଜାଳି ପୋଡ଼ି ଧ୍ୱଂସ କରିଦିଏ । ଯେଉଁ ନିଆଁ ଘର ଜଙ୍ଗଲ ଭଳି ଜିନିଷକୁ ଛାଡ଼େନି ତା ଆଗରେ ଛାର ମଣିଷ କିପରି ବା ବଞ୍ଚିବ । ତେବେ ଭୀଷଣ ଅଗ୍ନିକାଣ୍ଡରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଛି । ବଞ୍ଚିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଭୟଙ୍କର ନିଆଁରୁ ବଞ୍ଚି ପାରିଲେନି । ଆଉ କ୍ଷଣିକରେ ସବୁକିଛି ଶେଷ ହୋଇଗଲା ।

ସୂଚନା ଅନୁସାରେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଠାରେ ଥିବା ଏକ ଗ୍ଲୋଭ୍ସ ଫ୍ୟାକ୍ଟ୍ରିରେ ଭୟଙ୍କର ଭାବେ ଅଗ୍ନିକାଣ୍ଡ ଘଟି ଯାଇଛି । ଏଭଳି ଅଭାବନୀୟ ଦୁର୍ଘଟଣାରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ନିଆଁ ଲାଗିବା କ୍ଷଣି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅଗ୍ନିଶମ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଫ୍ୟାକ୍ଟ୍ରି ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଅଗ୍ନିଶମ ବିଭାଗ ଅଧିକାରୀ ମୋହନ ମୁଙ୍ଗସେଙ୍କ କହିବା ଅନୁସାରେ ବିଳମ୍ବିତ ରାତି ପ୍ରାୟ ୨.୧୫ ମିନିଟ ସମୟରେ ଅଗ୍ନିଶମ ବିଭାଗକୁ ସୂଚନା ମିଳିଥିଲା । କିନ୍ତୁ ଘଟଣାସ୍ଥଳରେ ସମସ୍ତେ ପହଞ୍ଚିବା ବେଳକୁ ଫ୍ୟାକ୍ଟ୍ରି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା ।

ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ସମ୍ପୃକ୍ତ ଘଟଣା ବିଷୟରେ ସୂଚନା ଦେଇଥିଲେ । ୬ ଜଣ ଲୋକ ଫ୍ୟାକ୍ଟ୍ରି ଭିତରେ ଫସି ରହିଥିଲେ। ଯେଉଁ ମାନଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି । ନିଆଁ ଲିଭାଇବା କାମ ଜାରି ରହିଛି । ସୂଚନା ଥାଉ କି ଏହି ଅଗ୍ନିକାଣ୍ଡର ଘଟଣା ଛତ୍ରପତି ସମ୍ଭାଜିନଗରର ୱାଲୁଜ୍ MIDC ଠାରେ ଘଟିଛି । ତେବେ କାହିଁକି ଓ କିପରି ଭାବେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଲା ସେ ବିଷୟରେ ଏପର୍ଯ୍ୟନ୍ତ ସୂଚନା ମିଳି ନାହିଁ । ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି ।

କାରଖାନାରେ କାମ କରୁଥିବା ଜଣେ ଶ୍ରମିକଙ୍କ କହିବା ଅନୁସାରେ ଯେତେବେଳେ ଅଗ୍ନିକାଣ୍ଡ ଘଟିଥିଲା, ସେଠାରେ ୧୦-୧୫ ଜଣ କର୍ମଚାରୀ ଶୋଇଥିଲେ । ନିଆଁକୁ ଦେଖି ଶ୍ରମିକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । କିଛି ଲୋକ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିବାବେଳେ କିଛି ଲୋକ ଭିତରେ ଫସି ଯାଇଥିଲେ। ଯାହା ଫଳରେ ସେମାନେ ଭୟଙ୍କର ନିଆଁର ଶିକାର ହୋଇଥିଲେ । ଆଉ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଯେଉଁମାନଙ୍କ ଶବକୁ ବର୍ତ୍ତମାନ ଉଦ୍ଧାର କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.