Below header

ପିଶାଚ ପ୍ରେମିକର ବର୍ବରକାଣ୍ଡ! ଫୋନ୍‌ରେ କଥା ହେବାକୁ ମନା କରିବାରୁ ୫୧ ଥର ଭୁସି ପ୍ରେମିକାକୁ କଲା ହତ୍ୟା

ପ୍ରେମିକାକୁ ସ୍କ୍ରୁଡ୍ରାଇଭରରେ ଭୁସି ବୀଭତ୍ସ ହତ୍ୟା । ଛତିଶଗଡ଼ କୋର୍‌ବା ଜିଲ୍ଲାରେ ପ୍ରେମିକର ବର୍ବରକାଣ୍ଡ । କଥା ହେବାକୁ ମନା କରିବାରୁ ସ୍କ୍ରୁଡ୍ରାଇଭରରେ ୫୧ ଥର ଭୁସି ହତ୍ୟା କଲା ପ୍ରେମିକ । କୋର୍‌ବାର ଏସଇସିଏଲ ପମ୍ପ ହାଉସ କଲୋନୀରେ ଘଟିଛି ଏଭଳି ଘଟଣା । ଘରେ ଏକୁଟିଆ ଥିବାବଳେ ଜଣେ ୨୦ ବର୍ଷୀୟା ପ୍ରେମିକାଙ୍କ ଘରେ ପହଞ୍ଚି ଯାଇଥିଲା ଅଭିଯୁକ୍ତ । ପ୍ରେମିକା ଚିତ୍କାର କରିବାରୁ ମୁହଁକୁ ତକିଆରେ ଚାପି ଦେଇଥିଲା ଅଭିଯୁକ୍ତ। ଏହାପରେ ଥରକ ପରେ ଥରେ ପ୍ରାୟ ୫୧ ଥର ସ୍କ୍ରୁଡ୍ରାଇଭରରେ ଭୁସି ହତ୍ୟା କରିଥିଲା।

ହତ୍ୟାର କିଛି ଘଣ୍ଟା ପରେ ଉଭଣୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ ତାଙ୍କ ଭାଇ । ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଏକ ବସରେ କଣ୍ଡକ୍ଟର ଭାବେ କାମ କରୁଥିଲା। ବସ୍‌ରେ ଯିବା ଆସିବା ସମୟରେ ଯୁବତୀଙ୍କ ସହ ଅଭିଯୁକ୍ତର ସମ୍ପର୍କ ଗଢି ଉଠିଥିଲା। ପରେ ଅଭିଯୁକ୍ତ ଗୁଜୁରାଟ ଚାଲିଯିବା ପରେ ମଧ୍ୟ ଉଭୟେ ଫୋନରେ କଥା ହେଉଥିଲେ । ମାତ୍ର ଧୀରେ ଧୀରେ ପ୍ରେମିକା କଥା ବନ୍ଦ କରିବାରୁ ଘର ଲୋକଙ୍କୁ ଧମକ ଦେଇଥିଲା ଅଭିଯୁକ୍ତ ।

ଏହି ଘଟଣାକୁ ବିତି ଯାଇଥିଲା ୩ ବର୍ଷ। ତଥାପି ଯୁବତୀଙ୍କୁ ଭୁଲି ପାରି ନ ଥିଲା ଅଭିଯୁକ୍ତ। ପ୍ରତିଶୋଧ ପରାୟଣ ହୋଇ ଘରେ କେହି ନ ଥିବା ବେଳେ ତାଙ୍କୁ ଅତ୍ୟନ୍ତ ବିଭତ୍ସ ହତ୍ୟା କରିଥିଲା। ପ୍ରେମିକା ମରିଯିବା ପରେ ଅଭିଯୁକ୍ତ ନିଜର ମୋବାଇଲ ବନ୍ଦ କରି ସେଠାରୁ ଫେରାର୍‌ ହୋଇଯାଇଥିଲା। ଘଟଣାରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି ।

ପରିବାର ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଘଟଣାସ୍ଥଳରୁ ପୋଲିସ କିଛି ଜିନିଷପତ୍ର ମଧ୍ୟ ଜବତ କରିଛି। ସେଥି ମଧ୍ୟରେ ଗୁଜରାଟରୁ ରାୟପୁର ଏକ ପୁରୁଣା ଫ୍ଲାଇଟ୍‌ ଟିକେଟ୍‌ ବି ରହିଛି। ପୋଲିସ ଅନୁମାନ କରୁଛି ଯେ ଅଭିଯୁକ୍ତ ଗୁଜରାଟରୁ ଫେରିବା ପରେ କୋରବାରେ କୌଣସି ହୋଟେଲରେ ରହିଥିଲା ଏବଂ ସୁଯୋଗ ପାଇ ପ୍ରେମିକାର ଘରେ ପଶିଥିଲା।

ପୋଲିସ ମୁତାବକ, ଅଭିଯୁକ୍ତକୁ ଚିହ୍ନଟ କରି ନିଆଯାଇଛି। ତାକୁ ଧରିବା ପାଇଁ ପୋଲିସର ୪ଟି ଟିମ୍‌ ଗଠନ କରାଯାଛି। ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.