ସ୍ୱାମୀ ସାଜିଲା ସୈତାନ! ମୋବାଇଲ ନ ପାଇବାରୁ ସ୍ତ୍ରୀକୁ ଛୁରୀରେ ଭୁସିବା ପରେ ପଥରରେ ଛେଚି ହତ୍ୟା ଉଦ୍ୟମ

ଉଦଳା (କେନ୍ୟୁଜ): ମୋବାଇଲ ପାଇଲା ନାହିଁ ବୋଲି ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀ କୁ ଛୁରୀରେ ହାଣି ଲହୁଲୁହାଣ କରିବା ସହିତ ପଥରରେ ଛେଚି ହତ୍ୟା କରିବାକୁ ଉଦ୍ୟମ କରିଲା ସ୍ୱାମୀ । ଉଦଳା ଥାନା ଉପରତାଳଡିହା ଗ୍ରାମର ଘଟଣା । ଗୁରୁତର ଅବସ୍ଥାରେ ସ୍ତ୍ରୀ ସୋନାଲି ହାଁସଦା ଉଦଳା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସ୍ୱାମୀ ରାଜୁ ହାଁସଦାକୁ ଥାନାରେ ଅଟକ ରଖିଛି ପୋଲିସ।

You might also like