Below header

ଗର୍ଲଫ୍ରେଣ୍ଡକୁ ଇମ୍ପ୍ରେସ୍‌ କରିବା ଚକ୍କର୍‌ରେ ଗଲା ଯୁବକଙ୍କ ଜୀବନ, ଜାଣନ୍ତୁ ପୁରା ଘଟଣା

ଆଜିକାଲି ଯୁବପିଢୀ ନିଜ ଜୀବନକୁ ଖାତିରି ନକରି ଟିକ୍‌ଟକ୍‌ ଭିଡିଓ କରି ପୋଷ୍ଟ କରୁଛନ୍ତି। ଟିକ୍‌ଟକ୍‌ରେ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ କରି ଯୁବପିଢୀ ଲୋକପ୍ରିୟ ହେବାକୁ ଚାହୁଁଛନ୍ତି। ଏଭଳି ଏକ ଘଟଣା ମୋଗା-ଫିରୋଜପୁର ରୋଡ ସ୍ଥିତ ଗାଁ ଘଲଖୁର୍ଦ ନିକଟରେ ଦେଖିବାକୁ ମିଳିଛି। ଯେଉଁଠାରେ ୧୮ ବର୍ଷିୟ ବାଳକ ଦୀପକ କୁମାର ପୁତ୍ର ରାମନାଥ ନିବାସୀ ଗାଁ ଛୋଟା ମିନିୟାରେ ନିଜ ସାଙ୍ଗଙ୍କୁ ଭିଡିଓ କ୍ୟାମେରା ଅନ କରିବା ପାଇଁ କହିଥିଲେ। ଏହି ଭିଡିଓରେ ସେ ଯେତେବେଳେ ପାଣିକୁ ଡେଇଁବେ ସେହି ସମୟରେ ଭିଡିଓ କରି ପୋଷ୍ଟ କରିବା ପାଇଁ କହିଥିଲେ। ଯାହାଦ୍ୱାରା ଏହି ଭିଡିଓ ଦେଖିବା ମାତ୍ରେ ଗର୍ଲଫ୍ରେଣ୍ଡ ଇମ୍ପ୍ରେସ୍‌ ହୋଇପାରିବ। ଯାହାଫଳରେ ଭିଡିଓ କରିବା ଚକ୍କରରେ ଯେତେବେଳେ ଦୀପକ ପାଣିକୁ ଡେଇଁଥିଲେ ସେତେବେଳେ ପାଣି ଭିତରେ ଥିବା ପଥର ତାଙ୍କ ମୁଣ୍ଡରେ ମାଡ ହୋଇଥିଲା।

TikTokଘଟଣାସ୍ଥଳରେ ଆଖପାଖରେ ଥିବା କିଛି ଲୋକ ପାଣି ଭିତରକୁ ଡେଇଁ ଦୀପକଙ୍କୁ ବାହାରକୁ ଆଣିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇଁ ଘର ଲୋକ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.