ନୟାଗଡ଼ ନୂଆଗାଁ ଡିମିରିଝରି ସ୍କୁଲ ନିକଟରେ ଓଲଟିଲା ଟୁରିଷ୍ଟ ବସ୍‌, ୨୪ ଆହତ

ନୟାଗଡ଼: ଟୁରିଷ୍ଟ ବସ୍‌ ଓଲଟି ୨୪ ଆହତ । ନୟାଗଡ଼ ନୂଆଗାଁ ଡିମିରିଝରି ସ୍କୁଲ ନିକଟରେ ଦୁର୍ଘଟଣା ଘଟିଛି । ଛତିଶଗଡ଼ ରାଜ୍ୟ ନମଗଡ଼ ଅଞ୍ଚଳରୁ ୪୫ଜଣ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଆସିଥିଲେ । ପୁରୀ ଦର୍ଶନ ସାରି ନୃସିଂହନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ଡିମିରିଝରି ସ୍କୁଲ ନିକଟରେ ଥିବା ହମ୍ପସ୍‌ରେ ମାଡ କରିଥିଲା ।

ସ୍ଥାନୀୟ ଲୋକଙ୍କ ସହାୟତା, ଦମକାଳ ବାହୀନି ଓ ପୋଲିସର ମିଳିତ ସହଯୋଗରେ ସମସ୍ତ ଆହତଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ନୂଆଗାଁ ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.