ମଧ୍ୟପ୍ରଦେଶ ମହାନାଟକ: ଆଜି ପଦ୍ମ ଧରି ପାରନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ, ଭୋପାଳ ବିଜେପି କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେବା ସମ୍ଭାବନା

ନୂଆଦିଲ୍ଲୀ: ଆଜି ପଦ୍ମ ଧରି ପାରନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ଭୋପାଳ ବିଜେପି କାର୍ଯ୍ୟାଳୟରେ ସେ ବିଜେିପରେ ଯୋଗ ଦେବା ସମ୍ଭାବନା ରହିଛି । ତାଙ୍କୁ ସମର୍ଥନ କରି କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକଙ୍କ ସହ ବିଜେପିରେ ମିଶିବେ ବୋଲି ଜଣାପଡିଛି । ଏପଟେ ରାଜ୍ୟସଭା ନିର୍ବାଚନ ନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ।

modiଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶ ରାଜ୍ୟସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏପଟେ ସିନ୍ଧିଆ କଂଗ୍ରେସ ଛାଡିବା ପରେ ଭୋପାଳ ବିଜେପି କାର୍ଯ୍ୟାଳୟରେ ଦଳୀୟ ବିଧାୟକଙ୍କ ବୈଠକ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.