Below header

ଟ୍ଵିଟର୍‌ରେ ଆସିଲା ଅଭିନନ୍ଦନଙ୍କ କୃତଜ୍ଞତା, ହେଲେ ସରକାର କହିଲେ ଫେକ୍‌

ନୂଆଦିଲ୍ଲୀ : ଶତ୍ରୁ ରାଷ୍ଟ୍ର ହାତରୁ ଦେଶକୁ ଫେରିବା ପରେ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ଗତକାଲି ସେ ବାୟୁସେନାର ବରିଷ୍ଠ ଅଧିକାରୀଙ୍କୁ ଭେଟି ତାଙ୍କ ସହିତ ପାକିସ୍ତାନ ସେନାବାହିନୀ କିଭଳି ବ୍ୟବହାର କରିଥିଲା ସେ ସମ୍ପର୍କରେ କହିଥିଲେ । ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଡିଫେନ୍ସ ହସପିଟାଲରେ ରଖା ଯାଇଛି । ସେଠାକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଯାଇ ତାଙ୍କୁ ଭେଟିବା ସହ ଆଲୋଚନା ମଧ୍ୟ କରିଛନ୍ତି ।


ସେହି ସମୟରେ ଅଭିନନ୍ଦନଙ୍କ ପୂରା ପରିବାର ଉପସ୍ଥିତ ଥିଲେ । ଏହା ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଉଠାଯାଇଥିବା ଫଟୋ ସହିତ ଏକ ଟ୍ଵିଟ୍‌ ଆସିଲା ଅଭିନନ୍ଦନଙ୍କ ନାଁରେ । ଏଥିରେ ଲେଖା ଅଛି ଯେ ତାଙ୍କୁ ଏତେ ସମ୍ମାନ ଦିଆଯାଇଥିବାରୁ ସେ ବହୁ ଖୁସି । ତାଙ୍କୁ ଭେଟିବାକୁ ଆସିଥିବାରୁ ସେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ସେଠାରେ ଅଭିନ୍ଦନଙ୍କ ପିତା, ପତ୍ନୀ ପୁଅ ଆଦି ଉପସ୍ଥିତ ଥିଲେ ।
ତେବେ ପରେ ସରକାରଙ୍କ ତରଫରୁ ଏହାକୁ ନେଇ ପ୍ରତିକ୍ରିୟା ରଖାଯାଇଛି । ଏହା ଅଭିନନ୍ଦନଙ୍କ ନିଜର ନୁହେଁ ଏକ ଫେକ୍‌ ଟ୍ଵିଟର୍‌ ବୋଲି କୁହାଯାଇଛି । ତେବେ ଅସଲି ଫଟୋ ସହ ନକଲି ବାର୍ତ୍ତା ଆସିଲା କେମିତି ତାର ତଦନ୍ତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.