ଇରଫାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ହେବକୁ ଯାଉଛି ସୁଟିଂ ଆରମ୍ଭ

ମୁମ୍ବାଇ : ବଲିଉଡ଼ କଳାକାର ଇରଫାନ ଖାନ ସୁସ୍ଥ ହୋଇ ଫେରିବା ପରେ କୌଣସି ଫିଲ୍ମରେ ନଜର ଆସିନାହାନ୍ତି। କିନ୍ତୁ ଏବେ ମିଳିଥିବା ଖବର ମୁତାବକ, ସେ ଖୁବ ଶୀଘ୍ର ଫିଲ୍ମ ଦୁନିଆକୁ ଫେରୁଛନ୍ତି। ଏନେଇ ଖୁବ ଶୀଘ୍ର ସେ ତାଙ୍କ ଆଗାମୀ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି।
ଅଭିନେତା ଇରଫାନଙ୍କୁ ନ୍ୟୁରୋ ଇଣ୍ଡୋକ୍ରାଇନ ଟ୍ବୁମର ନାମକ ଏକ ରୋଗ ହୋଇଥିଲା। ଯାହାର ସେ ଲଣ୍ଡରେ ଚିକିତ୍ସା କରୁଥିଲେ। ଇରଫାନ ତାଙ୍କ ସାଙ୍ଗ ଏବଂ ନିର୍ଦ୍ଦେଶକ ତ୍ରିମାଶୁଂ ଧୁଲିଆଙ୍କ ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି।
ନିଶ୍ଚିତ ପଢ଼ନ୍ତୁ:ଏହି ଖେଳାଳିଙ୍କ ବୟୋପିକରେ ନଜର ଆସିବେ ଅଜୟ ଦେବଗନ୍
ସୂଚନାଯୋଗ୍ୟ ୨୦୧୭ ମସିହାରେ ଇରଫାନଙ୍କ ହିନ୍ଦି ମିଡିୟମ୍ ଫିଲ୍ମ ଆସିଥିଲା। ଯାହା ବକ୍ସଅଫିସରେ ଖୁବ ଭଲ ବ୍ୟାପାର ମଧ୍ୟ କରିଥିଲା। ତେବେ ଏହି ଫିଲ୍ମର ସିକ୍ୟୁଲରେ ନଜର ଆସିବାକୁ ଯାଉଛନ୍ତ ଅଭିନେତା ଇରଫାନ୍। ଏବେ ଫିଲ୍ମର ସ୍କ୍ରିପ୍ଟକୁ ଫାଇନାଲ ଟଚ୍ ଦିଆଯାଉଛି।