Below header

ଉତ୍ତରାଖଣ୍ଡ: ପିଥୋରାଗଡ଼ରେ ୬୦୦ ମିଟର ଗଭୀର ଖାଇକୁ ଖସିଲା ଜିପ୍‌; ୯ ଜଣଙ୍କ ମୃତ୍ୟୁ

ଉତ୍ତରାଖଣ୍ଡର ପିଥୋରାଗଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଗେଶ୍ୱରର ସାମାରୁ ପିଥୋରାଗଡ ଜିଲ୍ଲାର ମୁନସ୍ୟାରି ବ୍ଲକ ହୋକରା ମନ୍ଦିର ଯାଉଥିବା ଏକ ଜିପ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜିପ୍‌ଟି ରାସ୍ତାରୁ ଓଲଟି ରାମଗଙ୍ଗା ନଦୀରେ ଖସିପଡିଛି।

ଉତ୍ତରାଖଣ୍ଡର ପିଥୋରାଗଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଗେଶ୍ୱରର ସାମାରୁ ପିଥୋରାଗଡ ଜିଲ୍ଲାର ମୁନସ୍ୟାରି ବ୍ଲକ ହୋକରା ମନ୍ଦିର ଯାଉଥିବା ଏକ ଜିପ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜିପ୍‌ଟି ରାସ୍ତାରୁ ଓଲଟି ରାମଗଙ୍ଗା ନଦୀରେ ଖସିପଡିଛି। ଗାଡିରେ ଥିବା ସମସ୍ତ ୧୦ ଜଣଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ରହିଛି।

ଏହି ଦୁର୍ଘଟଣା ସମ୍ପର୍କରେ ଅନ୍ୟ ଗାଡ଼ି ଚାଳକମାନେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ, ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସ୍ଥାନଟି ବହୁତ ଦୁର୍ଗମ ଅଞ୍ଚଳ। ଜିପ୍ ପାଖାପାଖି ୬୦୦ ମିଟର ଗଭୀର ଖାଇରୁ ଖସି ନଦୀ ଗର୍ଭରେ ପଡ଼ିଥିଲା। କିନ୍ତୁ ଲୋକଙ୍କ ମୃତଦେହ ଖାଇରେ ପଡ଼ିଥିବା ଦେଖିବାକୁ ମିଳିଛି।

ସେପଟେ ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ହେଲା, ଗତକାଲି ରାତିରେ ପ୍ରବଳ ବର୍ଷା ହୋଇଥିଲା, ଯେଉଁ କାରଣରୁ ଡ୍ରେନ୍ ପାଣି ରାସ୍ତାରେ ପ୍ରବାହିତ ହୋଇଥିଲା। ଏଥିଯୋଗୁ ରାସ୍ତା ଧସିଯାଇଥିଲା। ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଯେଉଁଠି ରାସ୍ତା ଧସିଛି, ସେହି ସ୍ଥାନରେ ଏତେ ବଡ଼ ଦୁର୍ଘଟଣା ଘଟିଛି। ସମସ୍ତ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.