ଅତି ସହଜରେ ନିଜ ଲକ୍ଷ୍ୟରୁ ବାଟବଣା ହୋଇଯାନ୍ତି ଏହିଭଳି ଲୋକ, ଜାଣନ୍ତୁ ଗୀତାରେ କ’ଣ ରହିଛି ଉପଦେଶ

ଶ୍ରୀମଦ୍‌ ଭଗବତ ଗୀତାର କିଛି ଉପଦେଶ ରହିଛି। ଯାହାକୁ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ କହିଛନ୍ତି । ଏହା ଭଗବତ ଗୀତାରେ ରହିଛି । ଯାହାକୁ ମାନିବା ଦ୍ବାରା ଜୀବନର ଲକ୍ଷ୍ୟ ପଥରୁ କେବେ ବି ବିଚ୍ୟୁତ ହେବେ ନାହିଁ ।

କିଛି ଲୋକ ନିଜ ଜୀବନର ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇଯାଆନ୍ତି । ଲୋକମାନେ ଅତି ସହଜରେ  ଲକ୍ଷ୍ୟରୁ ବାଟବଣା ହୋଇ ଅବାଟକୁ ଚାଲିଯାଉଛନ୍ତି । ସେଥିପାଇଁ ଶ୍ରୀମଦ୍‌ ଭଗବତ ଗୀତାରେ କିଛି ଉପଦେଶ ଦିଆଯାଇଛି । ଏହି ଉପଦେଶକୁ ସ୍ବୟଂ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ କହିଛନ୍ତି । ଏହା ଭଗବତ ଗୀତାରେ ବର୍ଣ୍ଣିତ ଅଛି । ଯାଦ୍ୱାରା  ଜୀବନର ଲକ୍ଷ୍ୟରେ ସଫଳ ହୋଇପାରିବ ।

ଶ୍ରୀମଦ୍‌ ଭଗବତ ଗୀତା ପବିତ୍ର ପୁସ୍ତକମାନଙ୍କ ମଧ୍ୟରୁ ଅନ୍ୟତମ । ଶ୍ରୀମଦ୍‌ ଭଗବତ ଗୀତାରେ ଜୀବନର ଅନେକ ପ୍ରଶ୍ନର ଉତ୍ତର ଦିଆଯାଇଛି । ଯଦି ଆମକୁ  ଜୀବନର ଲକ୍ଷ୍ୟ ପୂରଣ କରିବାର ଅଛି , ତାହେଲେ ଭଗବତ ଗୀତାରେ ଥିବା ଏହି ବାଣୀକୁ ମାନିବା ଉଚିତ । ଯା ’ଦ୍ୱାରା  ଆମ ଲକ୍ଷ୍ୟ ହାସଲ ହୋଇପାରିବ।

ଗୀତାରେ ବର୍ଣ୍ଣିତ ଉପଦେଶର ଆଜି ବି ଏଭଳି ପ୍ରସଙ୍ଗ ରହିଛି ଯାହା ବ୍ୟକ୍ତି  ଜୀବନରେ ଉନ୍ନତି ଆଣିଦିଏ । ଭଗବତ ଗୀତାରେ ଶ୍ରୀ କୃଷ୍ଣ ଜୀବନରେ ସଫଳ ହେବା ପାଇଁ ଅନେକ ଉପାୟ କହିଛନ୍ତି । ହେଲେ କିଛି ଲୋକ  ଜୀବନର ଲକ୍ଷ୍ୟରୁ ବାଟବଣା ହେବା ଦ୍ୱାରା  ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥାନ୍ତି ।

ଗୀତାର କିଛି ଅମୂଲ୍ୟ ଉପଦେଶ :

ଶ୍ରୀମଦ୍‌ ଭଗବତ ଗୀତାରେ ଅଛି କର୍ମ କରିଚାଲ ଫଳର ଆଶା ରଖନାହିଁ । ଜୀବନରେ ସଫଳ ହେବା ପାଇଁ ନିଜ କାମ ପ୍ରତି ଧ୍ୟାନ ଦେବା ଉଚିତ । ଏହି ଭାବନା ରଖିଥିଲେ ହିଁ ବ୍ୟକ୍ତି ତା’ ଜୀବନରେ ସଫଳ ହୋଇପାରିବ । ହେଲେ କିଛି ଲୋକ ଅଛନ୍ତି ନିଜ କାମ ପ୍ରତି ଧ୍ୟାନ ନ ଦେଇ , ଅନ୍ୟ କାମରେ ମନ ଦେଉଛନ୍ତି । ସେହି ଲୋକମାନେ ହିଁ ତାଙ୍କ ଜୀବନରେ ଅସଫଳ ହୋଇଥାନ୍ତିଁ ।

ଭଗବତ ଗୀତା ଅନୁସାରେ କର୍ମରେ କେବେ ବି ସନ୍ଦେହ ରଖିବା ଉଚିତ୍‌ ନୁହେଁ । ଯେଉଁ ଲୋକମାନେ ନିଜ କାମରେ ସନ୍ଦେହ ରଖନ୍ତି , ସେମାନେ ତାଙ୍କ ଜୀବନରେ ସମସ୍ତ ସ୍ଥାନରେ ହାରି ଯାଇଥାନ୍ତି । ସେଥିପାଇଁ ଯେ କୌଣସି କାମ କର ସଂପୂର୍ଣ୍ଣ ବିଶ୍ବାସ ସହିତ କରିବା ଉଚିତ । ତେବେ ହିଁ ଜୀବନରେ ଆଗକୁ ବଢି ପାରିବ ।

ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି , ସଫଳତା ପାଇବା ପାଇଁ ହେଲେ ନିଜ ମନ ଉପରେ ନିୟନ୍ତ୍ରଣ ରଖିବା ବହୁତ ଜରୁରୀ । କ୍ରୋଧ ସମସ୍ତ କାମକୁ ଖରାପ କରିଦେଇଥାଏ । ସେଥିପାଇଁ କାମ କରିବା ସମୟରେ ନିଜ ମନ ଶାନ୍ତ ଓ ସ୍ଥିର ରଖିବା ଉଚିତ ।

ଭାଗବତ ଗୀତା ଅନୁସାରେ ମଣିଷ କୌଣସି ଜିନିଷକୁ ଅଭ୍ୟାସରେ ପରିଣତ  କରିବା ଉଚିତ ନୁହେଁ । ଏହି ଅଭ୍ୟାସ ଦ୍ୱାରା ନିଜ କାମରେ ଦୁଃଖ ଓ ଅସଫଳତା ମିଳିଥାଏ ।

ଶ୍ରୀ କୃଷ୍ଣଙ୍କ କହିବା ଅନୁସାରେ କୌଣସି କାମ କରିବା ପୂର୍ବରୁ ମନରେ ଥିବା ଡର ବାହାର କରିଦେବା ଉଚିତ୍‌ । ଏହି ଉପଦେଶ ଦେଇ କୃଷ୍ଣ ଅର୍ଜୁନଙ୍କୁ ମହାଭାରତ ଯୁଦ୍ଧରେ କହିଛନ୍ତି , ସାହସିକତା ସହ ଯୁଦ୍ଧ କରିବା ଉଚିତ । ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି  , ଯଦି ଯୁଦ୍ଧରେ ମରିଯିବ ତ ସ୍ୱର୍ଗ ମିଳିବ । ଆଉ ଯଦି ବିଜୟ ପ୍ରାପ୍ତି କଲ ତେବେ ସମଗ୍ର ଭୂପୃଷ୍ଠରେ ରାଜତ୍ବ କରିବ । ସେଥିପାଇଁ ନିଜ ମନରୁ ଡର ବାହାର କରିଦେବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.