Below header

ଆଜି ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି ଆଦିତ୍ୟ-ଏଲ୍-୧

ପାଖାପାଖି ଦିନ ୧୧ଟା ୪୦ରେ ଆଦିତ୍ୟ-ଏଲ୍-୧ର କକ୍ଷପଥ ପରିବର୍ତ୍ତନ ହୋଇଛି । ଏନେଇ ଇସ୍ରୋ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଇସ୍ରୋ କହିଛି, ଆଦିତ୍ୟ ଯାନ ଠିକ୍ ଭାବେ କାମ କରୁଛି ।

ଆଜି ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି ଆଦିତ୍ୟ-ଏଲ୍-୧ । ପାଖାପାଖି ଦିନ ୧୧ଟା ୪୦ରେ ଆଦିତ୍ୟ-ଏଲ୍-୧ର କକ୍ଷପଥ ପରିବର୍ତ୍ତନ ହୋଇଛି । ଏନେଇ ଇସ୍ରୋ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଇସ୍ରୋ ପକ୍ଷରୁ କୁହାଯାଇଛି କି, ଆଦିତ୍ୟ ଯାନ ଠିକ୍ ଭାବେ ତାର କାମ କରୁଛି । ପୃଥିବୀର କକ୍ଷପଥରେ ୧୬ ଦିନ ଧରି ଘୂରିବ ଆଦିତ୍ୟ-ଏଲ୍-୧ । ଏହି ସମୟରେ ୫ ଥର ତାର କକ୍ଷପଥ ପରିବର୍ତ୍ତନ କରିବ ।

ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ ମଙ୍ଗଳବାର ରାତି ୩ଟାରେ ହେବ । ଆଦିତ୍ୟ ଏଲ-ୱାନକୁ ଶନିବାର ଶ୍ରୀହରିକୋଟାର ସତୀଶ ଧୱନ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ୬୩ ମିନିଟର ପ୍ରକ୍ରିୟା ପରେ କକ୍ଷପଥରେ ସ୍ଥାପିତ ହୋଇଥିଲା ଆଦିତ୍ୟ ଯାନ । ଲାଗରେଂଜ ପଏଣ୍ଟରେ ପହଞ୍ଚିବାକୁ ୧୨୫ ଦିନ ସମୟ ନେବ ଆଦିତ୍ୟ । ଏହା ପରେ ସେଠାରେ ରହି ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ୫ ବର୍ଷ ପାଇଁ କାର୍ଯ୍ୟ କରିବ ଆଦିତ୍ୟ ।

ସୂଚନା ଥାଉକି, ଭାରତ ସୂର୍ଯ୍ୟ ମିଶନ ଆଦିତ୍ୟ L1 ସଫଳତାପୂର୍ବକ ଗତକାଲି ଉତକ୍ଷେପଣ କରାଯାଇଥିଲା । ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ପେସ ସେଣ୍ଟରୁ ଆଜି ୧୧.୫୦ ମିନିଟ ସମୟରେ ସଫଳତାପୂର୍ବତ ଉତକ୍ଷେପଣ କରାଯାଇଥିଲା । PSLV-C57 ରେ ଆଦିତ୍ୟ L1 କୁ ଉତ୍‌କ୍ଷେପଣ କରାଯାଇଥିଲା । ୧୪୮୦ କିଲୋଗ୍ରାମ ଓଜନ ଆଦିତ୍ୟ L1 ଇସ୍ରୋର ବାହୁବଳୀ କହାଯାଉଥିବା ରକେଟ ପିଏସଏଏଭି ଜରିଆରେ ଲଞ୍ଚ କରାଯାଇଥିଲା । ଏହା ପିଏସଏଲଭିର ୫୯ତମ ଲଞ୍ଚ । ଏହି ରକେଟର ସଫଳତା ୯୯ ପ୍ରତିଶତ ।

ଆଦିତ୍ୟ ଏଲ ୧ ମିଶନ ଏକ ଏପରି ମିଶନ ଯାହା ୧୫ ଲକ୍ଷ କିଲୋମିଟର ଯାତ୍ରା କରିବା ପରେ ସୂର୍ଯ୍ୟ ନିକଟରେ ଏକ ସ୍ୱତନ୍ତ୍ର ଦୂରତା ରକ୍ଷା କରି ପହଞ୍ଚିବ । ତାହା ଏଥି ପାଇଁ କରାଯିବ କାରଣ ଆଦିତ୍ୟ ଏଲ ୧ ସୂର୍ଯ୍ୟ ନିକଟରେ ପହଁଚିଲେ ଏହା ଜଳି ନଷ୍ଟ ହେବାର ସମ୍ଭାବନା ରହିଛି । ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ ଏଲ -୧। ଅର୍ଥାତ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରତାରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି।

ଇସ୍ରୋ ପକ୍ଷରୁ ଆଦିତ୍ୟ ଏଲ-୧ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ। ସେଠାକୁ ଯିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିବ। ସୌର ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼ ବିକିରଣ ଓ କଣିକା ଉପରେ ଅଧ୍ୟୟନ କରିବା ଆଦିତ୍ୟ L1ର ମୂଳ ଲକ୍ଷ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.