ରିଲିଜ୍‌ ହେଲା ସାଉଥ୍‌ ସୁପରଷ୍ଟାର ବିଜୟ ଏବଂ ସାମନ୍ଥାଙ୍କ ଫିଲ୍ମ ‘ଖୁସି’, ଜାଣନ୍ତୁ ପ୍ରଥମ ଦିନର ରୋଜଗାର

ଫିଲ୍ମ ‘ଖୁସି’ର ପ୍ରଥମ ଦିନର ରୋଜଗାର, ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ଡ୍ରିମ୍‌ ଗର୍ଲ ୨’କୁ ପଛରେ ପକାଇ ଦେଇଛି । ଏହି ଫିଲ୍ମ ଫାଷ୍ଟ ଡେ'ରେ ୧୫ କୋଟି କଲେକ୍ସନ୍‌ କରିଛି ।

ଅଗଷ୍ଟ ମାସରେ ବଲିଉଡରେ ଅନେକ ଫିଲ୍ମ ରିଲିଜ୍‌ ହୋଇଛି । ହେଲେ ‘ଜେଲର, ‘ଡ୍ରିମ୍‌ ଗାର୍ଲ ୨’ ଫିଲ୍ମ ବକ୍ସ ଅଫିସ୍‌ରେ ଦଙ୍ଗଲ ସୃଷ୍ଟି କରିଛି । ତେବେ ଏହି ଫିଲ୍ମକୁ ଟକ୍କର ଦେବା ପାଇଁ ବିଜୟ ଦେବରାକୋଣ୍ଡା ଓ ସାମନ୍ଥା ରୁଥ ପ୍ରଭୁଙ୍କ ଫିଲ୍ମ ‘ଖୁସି’ ସେପ୍ଟେମ୍ବର ୧ରେ ରିଲିଜ୍‌ ହୋଇଛି । ଫିଲ୍ମ ‘ଖୁସି’ ରିଲିଜ୍‌ ହେବା ଠାରୁ ଏପର୍ଯ୍ୟନ୍ତ ଦର୍ଶକଙ୍କ ଭଲ ରିଭ୍ୟୁ ମିଳିଛି । ତେବେ ଫିଲ୍ମ ‘ଖୁସି’ର ପ୍ରଥମ ଦିନର ରୋଜଗାର, ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ଡ୍ରିମ୍‌ ଗର୍ଲ ୨’କୁ ପଛରେ ପକାଇ ଦେଇଛି । ଏହି ଫିଲ୍ମ ଫାଷ୍ଟ ଡେ’ରେ ୧୫ କୋଟି କଲେକ୍ସନ୍‌ କରିଛି ।

ରିପୋର୍ଟ ଅନୁସାରେ, ବିଜୟ ଦେବରାକୋଣ୍ଡା ଓ ସାମନ୍ଥା ରୁଥ ପ୍ରଭୁଙ୍କ ଫିଲ୍ମ ‘ଖୁସି’ ୧୬ କୋଟି ଟଙ୍କାର ଓପୋନିଙ୍ଗ୍‌ କରିଛି । ତେବେ ଏପର୍ଯ୍ୟନ୍ତ ଭାରତରେ ୧୬ କୋଟି କଲେକ୍ସନ୍‌ ହୋଇଛି । ହେଲେ କୁହାଯାଉଛି ଯେ, ଫିଲ୍ମ ‘ଖୁସି’ ଓ୍ଵାଲ୍ଡଓ୍ଵାଇଡ କଲେକ୍ସନରେ ୫୨.୫ କୋଟି ଟଙ୍କାର ଇନକମ୍ କରିଛି । କିନ୍ତୁ ଫିଲ୍ମ ‘ଡ୍ରିମ୍‌ ଗର୍ଲ ୨’ ପ୍ରଥମ ଦିନରେ ୧୦ କୋଟି ଟଙ୍କା ରୋଜଗାର କରିଥିଲା । ଏହା ସହ ‘ଡ୍ରିମ୍‌ ଗର୍ଲ ୨’ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି ।

ସୂଚନା ଅନୁସାରେ, ବିଜୟ ଦେବରାକୋଣ୍ଡା ପାଞ୍ଚ ବର୍ଷ ପରେ ‘ଖୁସି’ର ସଫଳତା ପାଳନ କରୁଛନ୍ତି । କାରଣ ୨୦୧୯ ପରେ ‘ଖୁସି’ ତାଙ୍କର ଏକ ହିଟ୍‌ ଫିଲ୍ମ ହୋଇଛି । ଏହା ସହ ସାଉଥ୍‌ ସୁପରଷ୍ଟାର ବିଜୟ ସୋସିଆଲ ମିଡିଆ ଜରିଆରେ ତାଙ୍କ ଫ୍ୟାନ୍ସଙ୍କ ସହ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ କିଛି ଦିନ ପୂର୍ବରୁ ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେ ଏକା ସହିତ ନଜର ଆସିଥିବା ଫିଲ୍ମ ‘ଲାଇଗର’ ଫ୍ଲପ ହୋଇଥିଲା । ତେବେ  ଆଗକୁ ଫିଲ୍ମ ‘ଖୁସି’ର ସଫଳତା କେତେ ବାଟ ଯାଉଛି ତାହା ଦେଖିବାକୁ ବାକି ରହିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.