ମଣିଷ ବ୍ଲାକ୍ ହୋଲରେ ପଡ଼ିଗଲେ କଣ ହେବ ଜାଣିଛନ୍ତି କି ? ଜାଣନ୍ତୁ କଣ କହୁଛି ବିଜ୍ଞାନ
ବ୍ଲାକ୍ ହୋଲ୍ ବ୍ରହ୍ମାଣ୍ଡର ଏପରି ଏକ ତତ୍ୱ ଯେଉଁଥିରେ ସବୁକିଛି ମିଶିଯିବା ଭଳି କ୍ଷମତା ରହିଛି । ଏପରିକି ଏଥିରେ ଲକ୍ଷ ଲକ୍ଷ ସୂର୍ଯ୍ୟ ମଧ୍ୟ ଏହା ଭିତରେ ମିଶି ଯିବା ଭଳି କ୍ଷମତା ରହିଛି । ସିଦ୍ଧାନ୍ତ ଅନୁସାରେ, ବ୍ଲାକ ହୋଲ ହେଉଛି ସେହି କ୍ଷେତ୍ର ଯେଉଁଠାରେ କୌଣସି ପଦାର୍ଥ ଅସୀମ ଘନତ୍ୱ ମଧ୍ୟରେ ମିଶିଯାଏ ।

ବ୍ଲାକ୍ ହୋଲ୍ କଣ ? ଏହା ଭିତରେ ପଶିଲେ କଣ ହେବ ? ଯଦି ମଣିଷ ଏହା ଭିତରକୁ ପଶିଯାଏ ତେବେ ତା ଶରୀର ସହ କଣ ହେବ ? ଏଭଳି ଅନେକ ପ୍ରଶ୍ନ ମଣିଷ ମନରେ କେବେ ନା କେବେ ଆସୁଥିବ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଜଣାଇବୁ ।
ବ୍ଲାକ୍ ହୋଲ୍ ବ୍ରହ୍ମାଣ୍ଡର ଏପରି ଏକ ତତ୍ୱ ଯେଉଁଥିରେ ସବୁକିଛି ମିଶିଯିବା ଭଳି କ୍ଷମତା ରହିଛି । ଏପରିକି ଏଥିରେ ଲକ୍ଷ ଲକ୍ଷ ସୂର୍ଯ୍ୟ ମଧ୍ୟ ଏହା ଭିତରେ ମିଶି ଯିବା ଭଳି କ୍ଷମତା ରହିଛି । କିନ୍ତୁ ଏହା ଭିତରୁ କୌଣସି ପ୍ରକାଶ ଆସୁ ନଥିବାରୁ ଏହା ଦେଖାଯାଏ ନାହିଁ । କିନ୍ତୁ ଏହା ନିକଟରେ ଏକ ଅତି ସକ୍ରିୟ କ୍ଷେତ୍ର ଥାଏ ଯାହାକୁ ଇଭେଣ୍ଟ ହୋରାଇଜନ କୁହାଯାଏ । ଏହି ଇଭେଣ୍ଟ ହୋରାଇଜନ ସାହାଯ୍ୟରେ ବ୍ଲାକ୍ ହୋଲର ଉପସ୍ଥିତି ଅନୁଭବ କରାଯାଇଥାଏ । ଥରେ ଭାବନ୍ତୁ ଯଦି ମଣିଷ ଏହି ବ୍ଲାକ ହୋଲ ଭିତରେ ପ୍ରବେଶ କରେ ତେବେ ତାର କଣ ହେବ । ଆସନ୍ତୁ ଜାଣିବା ଏହାକୁ ନେଇ ବିଜ୍ଞାନ କ’ଣ କହୁଛି ?
ସିଦ୍ଧାନ୍ତ ଅନୁସାରେ, ବ୍ଲାକ ହୋଲ ହେଉଛି ସେହି କ୍ଷେତ୍ର ଯେଉଁଠାରେ କୌଣସି ପଦାର୍ଥ ଅସୀମ ଘନତ୍ୱ ମଧ୍ୟରେ ମିଶିଯାଏ । ଏପରି ପରିସ୍ଥିତିରେ ଏହି ସ୍ଥାନର ମାଧ୍ୟାକର୍ଷଣ ଏତେ ଶକ୍ତିଶାଳୀ ହୋଇଥାଏ ଯେ ଆଲୋକ ମଧ୍ୟ ଏଥିରୁ ରକ୍ଷା ପାଇ ପାରିନଥାଏ ।
ବ୍ଲାକ୍ ହୋଲ୍ ନିକଟରେ ପହଞ୍ଚିବା ପୂର୍ବରୁ ମଧ୍ୟ ଏହାର ଚାରିପାଖରେ ଥିବା ଗତିବିଧିରୁ ଏହାର ଉପସ୍ଥିତି ଜାଣି ହୁଏ । ଏହାର ଚାରିପାଖରେ ଏକ ଡିସ୍କ କିମ୍ବା ଚକ୍ର ଥାଏ ଯେଉଁଥିରେ ବହୁତ ଗରମ ପଦାର୍ଥ ଚମକୁଥାଏ ଯାହା ବହୁ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥାଏ । ମହାକାଶଯାନକୁ ବ୍ଲାକ୍ ହୋଲରେ ପ୍ରବେଶ ପୂର୍ବରୁ ମହାକାଶଯାନକୁ ରୋକିବାକୁ ଚେଷ୍ଟା କରିବା ଉଚିତ୍ ।
ଆପଣ ଯଦି ବ୍ଲାକ୍ ହୋଲ୍ ଦେଖିବାକୁ ଚାହୁଁଥିବେ ତେବେ ଆପଣ ଏକ ଜେଟପ୍ୟାକର ସ୍ପେସ୍ ସୁଟ୍ ପିନ୍ଧି ଆଗକୁ ବଢ଼ିବେ । ଯେଉଁଭଳି ଭାବେ ଆପଣ ବ୍ଲାକ୍ ହୋଲରେ ପ୍ରବେଶ କରିବା ଆରମ୍ଭ କରିବେ, ବ୍ଲାକ୍ ହୋଲର ମାଧ୍ୟାକର୍ଷଣ ଶକ୍ତି ନିଜ ଭିତରକୁ ଆପଣଙ୍କୁ ଟାଣିବାକୁ ଚେଷ୍ଟା କରିବ । ଖୁବ୍ ଶୀଘ୍ର ଏପରି ପରିସ୍ଥିତି ଆସିବ ଯେ ମାଧ୍ୟାକର୍ଷଣର ପ୍ରଭାବ ଆପଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଦେଖାଯିବା ଆରମ୍ଭ କରିବ ।
ଯଦି ଆପଣଙ୍କ ଗୋଡ଼ ବ୍ଲାକ୍ ହୋଲ୍ ଆଡ଼କୁ ରହିଥିବ ତେବେ ଗୋଡ଼ରେ ଅଧିକ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ପଡ଼ିବ । ଏହି କାରଣରୁ ଆପଣଙ୍କ ଗୋଡ ଆପଣଙ୍କ ମୁଣ୍ଡ ଅପେକ୍ଷା ଶୀଘ୍ର ଖସିବା ଆରମ୍ଭ କରିବ, ଅର୍ଥାତ୍ ଶରୀର ବ୍ଲାକ୍ ହୋଲ୍ ଭିତରକୁ ଟାଣିବା ଆରମ୍ଭ କରିବ । ଆପଣ କଷ୍ଟ କେତେବେଳେ ଅନୁଭବ କରିବେ ତାହା ବ୍ଲାକ୍ ହୋଲ୍ ଆକାର ଉପରେ ନିର୍ଭର କରିଥାଏ । ଏହି ଅନୁଭବ ସୁପରମାସିଭ୍ ବ୍ଲାକ୍ ହୋଲର କେନ୍ଦ୍ରଠାରୁ ୬୦ ହଜାର କିଲୋମିଟର ପୂର୍ବରୁ ଏବଂ ଏକ ତାରକୀୟ ବ୍ଲାକ୍ ହୋଲର କେନ୍ଦ୍ରଠାରୁ ଛଅ ହଜାର କିଲୋମିଟର ପୂର୍ବରୁ ଆରମ୍ଭ ହେବ ।
ପରେ ଆପଣଙ୍କ ଶରୀର ଖଣ୍ଡ ଖଣ୍ଡ ହେବାକୁ ଆରମ୍ଭ କରିବ, ଆପଣଙ୍କ ଅଣ୍ଟା ପ୍ରଥମେ ଅଲଗା ହେବ କାରଣ ଏହା ସବୁଠାରୁ ଦୁର୍ବଳ ହୋଇଥାଏ । ପରେ ମୁଣ୍ଡ ଏବଂ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ଅଲଗା ହେବା ଆରମ୍ଭ କରିବ ।
ଏହି ପ୍ରକ୍ରିୟା ହେଉଥିବା ସମୟରେ ମଣିଷର ମୃତ୍ୟୁ ପୂର୍ବରୁ ହିଁ ହୋଇ ସାରିଥାଏ । କିନ୍ତୁ ଶରୀରର ଅଲଗା ହେବା ପ୍ରକ୍ରିୟା ଜାରି ରହିଥାଏ । ଏହି ଖଣ୍ଡ ହେବା ପ୍ରକ୍ରିୟା ସେତେବେଳ ଯାଏଁ ବନ୍ଦ ହୋଇନଥାଏ ଯେ ପର୍ଯ୍ୟନ୍ତ ଏହା ପରମାଣୁ ମଧ୍ୟରେ ଥିବା ସ୍ତର ପର୍ଯ୍ୟନ୍ତ ପହଞ୍ଚି ନଥାଏ । ଶରୀର ଅଲଗା ହେବା ସହ ଏହା ସଙ୍କୁଚିତ ମଧ୍ୟ ହୋଇଥାଏ ଯେପର୍ଯ୍ୟନ୍ତ ଏହା କେନ୍ଦ୍ରରେ ଥିବା ଘନତ୍ୱରେ ପହଞ୍ଚି ନଥାଏ । ଏହି ବିନ୍ଦୁକୁ ବୈଜ୍ଞାନିକ ସିଙ୍ଗ୍ୟୁଲେରିଟି କୁହାଯାଏ । ତେବେ ସାଧାରଣ ମଣିଷ ମହାକାଶର ଏହି ସ୍ଥାନରେ ପହଞ୍ଚିବା ଅସମ୍ଭବ । ମହାକାଶଚାରୀମାନେ ମଧ୍ୟ ଏହି ସ୍ଥାନ ଠାରୁ ଦୂରେଇ ରୁହନ୍ତି ।