Below header

ରାଜସ୍ଥାନ ପରେ ଏବେ କର୍ଣ୍ଣାଟକରେ କଂଗ୍ରେସ ଦେବ ମାଗଣା ବିଜୁଳି, ୧ ଜୁଲାଇରୁ ୨୦୦ ୟୁନିଟ୍‌ ଫ୍ରି

ରାଜସ୍ଥାନ ପରେ ଏବେ କର୍ଣ୍ଣାଟକରେ କଂଗ୍ରେସ ସରକାର ମାଗଣା ବିଜୁଳି ଦେବ ବୋଲି ଘୋଷଣା କରିଛି । କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଆଜି (ଶୁକ୍ରବାର) ଏହି ଘୋଷଣା କରିଛନ୍ତି ।

ବେଙ୍ଗାଲୁର : ରାଜସ୍ଥାନ ପରେ ଏବେ କର୍ଣ୍ଣାଟକରେ କଂଗ୍ରେସ ସରକାର ମାଗଣା ବିଜୁଳି ଦେବ ବୋଲି ଘୋଷଣା କରିଛି । କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଆଜି (ଶୁକ୍ରବାର) ଏହି ଘୋଷଣା କରିଛନ୍ତି ।

ଚଳିତ ଆର୍ଥିକ ବର୍ଷରେ ପାର୍ଟି ପକ୍ଷରୁ ଦିଆଯାଇଥିବା ସମସ୍ତ ୫ ଗ୍ୟାରେଣ୍ଟି ପୁରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ୫ ଗ୍ୟାରେଣ୍ଟି ମଧ୍ୟରୁ ୨୦୦ ୟୁନିଟ୍‌ ମାଗଣା ବିଜୁଳି ଏକ ଯୋଜନା ବୋଲି ଜଣାଯାଇଛି ।

ଏହି ଯୋଜନା ଆସନ୍ତା ୧ ଜୁଲାଇରୁ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ହେଲେ ଅଧିକା ୟୁନିଟ ପାଇଁ ଗ୍ରାହକଙ୍କୁ ଟଙ୍କା ଦେବାକୁ ହେବ । ହେଲେ ଜୁଲାଇ ପୂର୍ବରୁ ଗ୍ରାହକଙ୍କୁ ସମସ୍ତ ଦେୟ ଦେବାକୁ ହେବ ।

୧୫ ଅଗଷ୍ଟରୁ ଲାଗୁ ହେବ ଗୃହ ଲକ୍ଷ୍ମୀ ଯୋଜନା

ଗୃହ ଲକ୍ଷ୍ମୀ ଯୋଜନା ସମ୍ପର୍କରେ କହିଛନ୍ତି ଯେ ଏହି ଯୋଜାନକୁ ୧୫ ଅଗଷ୍ଟରୁ ଲାଗୁ କରାଯିବ । ୧୫ ଜୁନରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଯେଉଁମାନେ ଯୋଜନାର ଲାଭ ହାସଲ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆଧାର ଓ ବ୍ୟାଙ୍କ ଖାତା ବିବରଣୀ ଜମା କରିବାକୁ ହେବ ।

ଏହି ଯୋଜନା ବିପିଏଲ ଓ ଏପିଏଲ କାର୍ଡଧାରୀଙ୍କ ପାଇଁ ଲାଗୁ ହେବ । ଏହାଛଡ଼ା ସାମାଜିକ ସୁରକ୍ଷା ଯୋଜନାର ଉପଭୋକ୍ତାଙ୍କୁ ମଧ୍ୟ ଏହାର ଲାଭ ମିଳିବ । ଏଥିସହିତ ୧ ଜୁଲାଇରୁ ବିପିଏଲ ପରିବାରର ପ୍ରତ୍ୟେକ ସଦସ୍ୟ ଓ ଅନ୍ତୋଦ୍ୟୋୟ କାର୍ଡ ଧାରକଙ୍କୁ ୧୦ କିଲୋ ଶସ୍ୟ ମିଳିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.