ବଜ୍ରପାତରେ ଜଳିଗଲା ୭ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ

ନିଆଁର ଆଁରେ ଘରର ସମସ୍ତ ଘରକରଣା ସାମଗ୍ରୀ ସହ ଲକ୍ଷାଧିକ ଟଙ୍କାର ଧାନ, ଚାଉଳ ପୋଡି ନଷ୍ଟ ହୋଇଯାଇଛି । ଏମିତିକି ଏକ ବଡ଼ ବିପଦରୁ ଅଳ୍ପକେ ରକ୍ଷା ପାଇଛନ୍ତି ରମାକାନ୍ତଙ୍କ ସ୍ତ୍ରୀ ଓ ୬ ବର୍ଷର ପୁଅ ।  ଚାନ୍ଦବାଲି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଚାନ୍ଦବାଲି(କେନ୍ୟୁଜ୍):  ଆଜି ଅପରାହ୍ନ ସମୟରେ ବଜ୍ରପାତ ଘଟି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତର ବେନ୍ତାଳପୁର ଗାଁର ରମାକାନ୍ତ ରାଉଳଙ୍କ ଘରେ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି । ନିଆଁର ଆଁରେ ଘରର ସମସ୍ତ ଘରକରଣା ସାମଗ୍ରୀ ସହ ଲକ୍ଷାଧିକ ଟଙ୍କାର ଧାନ, ଚାଉଳ ପୋଡି ନଷ୍ଟ ହୋଇଯାଇଛି । ଏମିତିକି ଏକ ବଡ଼ ବିପଦରୁ ଅଳ୍ପକେ ରକ୍ଷା ପାଇଛନ୍ତି ରମାକାନ୍ତଙ୍କ ସ୍ତ୍ରୀ ଓ ୬ ବର୍ଷର ପୁଅ ।  ଚାନ୍ଦବାଲି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।ହେଲେ ନିଆଁ ଲିଭିଲା ବେଳକୁ ରମାକାନ୍ତଙ୍କ ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ଯାଇଥିଲା ।

ଆଜି ଅପରାହ୍ନରେ କାଳ ବୈଶାଖୀ ପ୍ରଭାବରେ ଦୀର୍ଘ ସମୟ ଧରି ବଜ୍ରପାତ ଲାଗି ରହିଥିଲା। ବଜ୍ରପାତ ଘଟି ରମାକାନ୍ତଙ୍କ ଘରେ ହଠାତ ନିଆଁ ଲାଗି ଯାଇଥିଲା। ଘର ଭିତରେ ରମାକାନ୍ତଙ୍କ ସ୍ତ୍ରୀ ଓ ତାଙ୍କ ୬ ବର୍ଷର  ପୁଅ ଥିଲେ। ତେବେ ପାଖ ପଡୋଶୀ ପାଟି କରିବାରୁ ନିଜ ପିଲାକୁ ଧରି ରମାକାନ୍ତଙ୍କ ସ୍ତ୍ରୀ ବାହାରକୁ ପଳାଇ ଆସିଥିଲେ। ତୁରନ୍ତ ଅଗ୍ନି ବିପନ୍ନ ପରିବା ଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବୀ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.