Below header

ଜମ୍ମୁ କଶ୍ମୀରର ହନ୍ଦଓ୍ୱାଡ଼ାରେ ପୁଣି ଆତଙ୍କବାଦୀ ଆକ୍ରମଣ, ୩ ଯବାନ ସହିଦ ୭ ଆହତ,ପାଲଟା ଗୁଳିରେ ଜଣେ ଆତଙ୍କବାଦୀ ନିହତ

କେନ୍ୟୁଜ(ବ୍ୟୁରୋ):  ପୁଣି ଆତଙ୍କବାଦୀଙ୍କ ବର୍ବରକାଣ୍ଡ । ଜମ୍ମୁ ଓ କଶ୍ମୀରର ହନ୍ଦଓ୍ୱାଡ଼ାରେ ପୁଣି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ତିନିଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି ଓ ୭ ଯବାନ ଆହତ ହୋଇଛନ୍ତି । ସେହି ସମୟରେ ସୁରକ୍ଷା ବଳଙ୍କ ପାଲଟା ଗୁଳିଚାଳନାରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସୂଚନା ମୁତାବକ ହନ୍ଦିଓ୍ୱାଡ଼ାର କାଜିବାଦ ଅଞ୍ଚଳରେ ଯାଉଥିବା ସିଆରପିଏଫର ପାଟ୍ରୋଲିଂ ପାର୍ଟି ଉପରକୁ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ସେହି ସମୟରେ ସିଆରପିଏଫ ତରଫରୁ ମଧ୍ୟ ଏହାର ଉଚ୍ଚିତ ଜବାବ ଦିଆଯାଇଥିଲା । ହେଲେ ଏହି ଗୁଳିବିନିମୟରେ ୩ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ରକ୍ଷା ବଳଙ୍କ ପାଲଟା ଗୁଳିଚାଳନାରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ତେବେ ଏହି ଆକ୍ରମଣରେ ଆଉ କିଛି ଆତଙ୍କବାଦୀ ସଂପ୍‌କ୍ତ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.