ଯାଜପୁର: ୪ କୋରୋନା ପଜିଟିଭ ଚିହ୍ନଟ ପରେ ପୁଣି ବଢିଲା କଣ୍ଟେନମେଣ୍ଟ ଅବଧି ଓ ଅଞ୍ଚଳ, ୩ ନୋଡାଲ ଅଧିକାରୀ ନିଯୁକ୍ତ

ଯାଜପୁର ଟାଉନ (କେନ୍ୟୁଜ): ଯାଜପୁରରେ ପୁଣି ବଢିଲା କଣ୍ଟେନମେଣ୍ଟ ଅଞ୍ଚଳ । ଯାଜପୁର ବ୍ଲକ ଏରବାଙ୍କ ପଞ୍ଚାୟତର ଏରବାଙ୍କ,ଇନ୍ଦରୋଇ ଏବଂ ରଧୁନାଥପୁର ଗାଁ କୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲା ଜିଲା ପ୍ରଶାସନ । ଆଜି ୪ ଜଣ କୋରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ଘୋଷଣା କରିଛି। ୩ ଜଣ ନୋଡାଲ ଅଧିକାରୀ ନିଯୁକ୍ତ। ଆସନ୍ତା ୧୮ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

ଏପଟେ କିଛି ଅଞ୍ଚଳରେ କଣ୍ଟେନମେଣ୍ଟ ଅବଧି ମଧ୍ୟ ବଢ଼ିଛି । ଯାଜପୁର ବ୍ଲକର ପଣସା, ବାସୁଦେବପୁର, ଜାହାନପୁର, କୋରେଇ ବ୍ଲକର ମକୁନ୍ଦପୁର, ଦଶରଥପୁର ବ୍ଲକର ବିରଜାପୁର, ତଲିହା ଏବଂ ବିହାରୀ କଣ୍ଟେନମେଣ୍ଟ ଜୋନର ଅବଧି ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବଢ଼ାଇଲା ଜିଲା ପ୍ରଶାସନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.