ଯାଜପୁର: ଦୀର୍ଘଦିନ ଧରି ଅଚଳ ହୋଇପଡିଥିବା ମୋବାଇଲ ଟାୱାର ସାଂସଦଙ୍କ ହସ୍ତକ୍ଷେପରେ ହେଲା ଚାଲୁ , ଉପକୃତ ହେଲେ ଜନତା

ଯାଜପୁର ଟାଉନ(କେନ୍ୟୁଜ):  ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଞ୍ଚାୟତରେ ରହିଥିବା ବିଏସଏନଏଲ ଟାୱାର ଟି ଦୀର୍ଘଦିନ ଧରି ଅଚଳ ହୋଇପଡିଥିଲା । ପଂଳରେ ସାଧାରଣ ଲୋକେ ନାହିଁ ନଥିିବା ଅସୁବିଧା ଭୋଗ କରୁଥିଲେ । ବିଶେଷ କରି କୋରୋନା ସମୟରେ ଲୋକେ ସେମାନଙ୍କ ସଂପର୍କିୟ ଙ୍କ ସହିତ କଥାବାର୍ତା ହେବା ଅବା ଜରୁରୀ କାମ ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଥିଲେ । ଏ ସଂପର୍କରେ ବିଏସଏନଏଲ କର୍ତୁପକ୍ଷଙ୍କୁ ଅବଗତ କରି ମଧ୍ୟ କୌଣସି ସୁଫଳ ମିଳିନଥିଲା । ଟାୱାର ଖରାପ ହେବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀଙ୍କୁ ଫୋନ ମାଧ୍ୟମରେ ଅବଗତ କରିଥିଲେ । ସାଂସଦ ଅଭିଯୋଗ ଶୁଣି ନିଶ୍ଚୟ ସହାୟତା କରିବାକୁ ପ୍ରତିଶୃତି ଦେଇଥିଲେ । ଏହା ପରେ ସାଂସଦ ବିଏସଏନଏଲର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ଜାଣିବାକୁ ପାଇଥିଲେ ଯେ ଭୁବନେଶ୍ୱରପୁରରେ ଲାଗିଥିବା ଟାୱାରକୁ ଜି ଟି ଏଲ କମ୍ପାନୀ ଠାରୁ ଭଡାସୁତ୍ରରେ ନିଆଯାଇଛି । ଉଭୟ କମ୍ପାନୀ ମଧ୍ୟରେ ରହିଥିବା ଦ୍ୱନ୍ଦ ଯୋଗୁଁ ଟାୱାର ଟି ଅଚଳ ହୋଇଯାଇଛି । ସେଥିପାଇଁ ସାଂସଦ ଶ୍ରୀମତି ସେଠୀ ଜି ଟି ଏଲ କମ୍ପାନୀ ସହିତ ଆଲୋଚନା କରିବା ପରେ ଟାୱାରକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପ୍ରତିଶୃତି ମୁତାବକ ଟାୱାର ଏବେ ସଂପୁର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଏଥିପାଇଁ ଉପକୃତ ହୋଇଥିବା ସ୍ଥାନୀୟ ଓ ଏହାର ଆଖପାଖ ଅଞ୍ଚଳର ଲୋକେ ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି । କୋରୋନା ଭଳି ସଂକଟ ସମୟରେ ସାଂସଦଙ୍କ ସହଯୋଗକୁ ଭୁୟସୀ ପ୍ରଶଂସା କରିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.