Below header

କୃଷି ବିଲକୁ ବିରୋଧ କରି ରାଜ୍ୟସଭାରେ ହଙ୍ଗାମା,କୃଷିମନ୍ତ୍ରୀଙ୍କ ଉତ୍ତରକୁ ନେଇ ବାଚସ୍ପତିଙ୍କ ପୋଡିୟମରେ ଚଢ଼ି ମାଇକ୍ ଭାଙ୍ଗିଲେ ବିରୋଧୀ

କେନ୍ୟୁଜ୍(ବ୍ୟୁରୋ):  କୃଷି ବିଲକୁ ବିରୋଧ କରି ରାଜ୍ୟସଭାରେ ହଙ୍ଗାମା । ବିରୋଧୀମାନେ ହଙ୍ଗାମା କରିଛନ୍ତି କୃଷିମନ୍ତ୍ରୀଙ୍କ ଉତ୍ତରକୁ ନେଇ ବାଚସ୍ପତିଙ୍କ ପୋଡିୟମରେ ଚଢ଼ି ମାଇକ୍ ଭାଙ୍ଗିଛନ୍ତି । ରାଜ୍ୟସଭାରେ ବିଲ୍ କୁ ନେଇ ଆଲୋଚନା ଚାଲୁଥିବା ବେଳେ ବିରୋଧୀ କୃଷି ବିଲ୍ ସହ ଜଡିତ କାଗଜପତ୍ର ଛଡ଼ାଇ ନେବାକୁ ଉଦ୍ୟମ କରିଥିବା ଦେଖିବାକୁ  ମିଳିଛି। ବିରୋଧୀଙ୍କ ଏତେ ସବୁ ବିରୋଧ ମଧ୍ୟରେ ଲୋକସଭା ପରେ ରାଜ୍ୟଭାରେ ୨ଟି କୃଷି ବିଲ୍ ପାରିତ ହୋଇଛି । ରାଜ୍ୟସଭାରେ ଆଜି ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ୍ ଆଣ୍ଡ କମର୍ସ (ପ୍ରୋଟେକ୍ସନ୍ ଆଣ୍ଡ ଫାସିଲିଟେସନ୍ ବିଲ୍) ବିରୋଧରେ ମଧ୍ୟରେ ଧ୍ୱନିମତରେ ପାସ୍ ହୋଇଛି ।

ବିରୋଧଙ୍କ ବିରୋଓ ସତ୍ତ୍ବେ ୱାଇଏସଆର କଂଗ୍ରେସ ସରକାରଙ୍କ ଏହି ବିଲକୁ ସମର୍ଥନ କରିଛି। ୱାଇଏସଆର କଂଗ୍ରେସ ସାଂସଦ ଭି ବିଜୟସାୟୀ ରେଡ୍ଡୀ କଂଗ୍ରେସକୁ କଡ଼ା ଆକ୍ରମଣ କରି ଏହି ବିଲକୁ ବିରୋଧ କରିବା ଅର୍ଥହୀନ ବୋଲି କହିଛନ୍ତି। କୃଷି ବିଲକୁ ନେଇ ଗୃହରେ ହୋହଲ୍ଲା ପରେ ରାଜ୍ୟସଭାକୁ ଆସନ୍ତାକାଲି ସକାଳ ୯ଟା ଯାଏଁ ସ୍ଥଗିତ ରଖାଯାଇଛି । ବିରୋଧ କରି ବିପକ୍ଷ ସଦସ୍ୟ ରାଜ୍ୟସଭା ଉପସଭାପତିଙ୍କ ପୋଡିୟମକୁ ମାଡ଼ି ଯାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.