Post Officeର ଏହି ସ୍କିମରେ କରନ୍ତୁ ନିବେଶ, ଟଙ୍କା ହେବ ଡବଲ୍‌

ଟଙ୍କା ନିବେଶ କରିବା ପାଇଁ ମାର୍କେଟରେ ଅନେକ ପ୍ରକାର ଅପସନ୍‌ ମହଜୁଦ ରହିଛି। କିଛି ଲୋକ ବ୍ୟାଙ୍କ ଫିକ୍ସଡ ଡିପୋଜିଟରେ ନିବେଶ କରିବା ପସନ୍ଦ କରନ୍ତି ତ ଆଉ କିଛି ଲୋକ ଇନସୁରାନ୍ସ ପଲିସି, ଟର୍ମ ପଲିସି, ପେନସନ୍‌ ପଲିସି ଆଦିରେ ନିବେଶ କରନ୍ତି। ସେହିପରି ଆଉ କିଛି ଲୋକ ସେୟାର ମାର୍କେଟ ଏବଂ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତି। ବହୁତ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ପୋଷ୍ଟ ଅଫିସର ଖାସ୍‌ ସ୍କିମରେ ନିବେଶ କରିବାକୁ ଅଧିକ ଫାଇଦାପୂର୍ଣ୍ଣ ବୋଲି ଭାବନ୍ତି।

ଏମିତି ଏଥିପାଇଁ ହୋଇଥାଏ କାରଣ ପୋଷ୍ଟ ଅଫିସ ସ୍କିମରେ ନିବେଶ କରିବା ଦ୍ୱାରା ଲୋକଙ୍କୁ ବହୁତ ଭଲ ରିଟର୍ଣ୍ଣ ମିଳିଥାଏ। ପୋଷ୍ଟ ଅଫିସର କିଛି ସ୍କିମ ରହିଛି ଯେଉଁଥିରେ ବ୍ୟାଙ୍କ ଫିକ୍ସଡ ଡିପୋଜିଟ ବରାବର କିମ୍ବା ତାହା ଠାରୁ ଅଧିକ ସୁଧ ଅଫର କରିଥାଏ। ପୋଷ୍ଟ ଅଫିସ ସରକାରଙ୍କ ଦ୍ୱାରା ସଞ୍ଚାଳିତ ହୋଇଥାଏ ଏଣୁ ଟଙ୍କା ବୁଡିବାର କୌଣସି ଟେନସନ୍‌ ନଥାଏ।

moneyସବୁବେଳେ ଲୋକମାନେ ନିଜ ସଞ୍ଚୟ ଟଙ୍କାକୁ ଡବଲ କରିବା କିମ୍ବା ଅଧିକ ରୁ ଅଧିକ ରିଟର୍ଣ୍ଣ ବିଶିଷ୍ଟ ଅପସନକୁ ଖୋଜିଥାନ୍ତି। ଏମିତିରେ ପୋଷ୍ଟ ଅଫିସର କିସାନ ବିକାଶ ପତ୍ର ସ୍କିମରେ ନିବେଶ କରିପାରିବେ। ଏଥିରେ ଆପଣଙ୍କ ଟଙ୍କା କେବଳ ୧୨୪ ମାସରେ ଦୁଇଗୁଣା ହୋଇଯିବ।

ଆପଣଙ୍କ ଟଙ୍କା ୧୦ ବର୍ଷ ଏବଂ ୪ ମାସରେ ଦୁଇଗୁଣା ହୋଇଯାଇଥାଏ। ଆପଣଙ୍କୁ ମ୍ୟାଚୁରିଟୀ ରିଟର୍ଣ୍ଣର ଗ୍ୟାରେଣ୍ଟୀ ମଧ୍ୟ ମିଳିଥାଏ। ଏହି ସ୍କିମରେ ପ୍ରତିବର୍ଷ ୬.୯ ପ୍ରତିଶତ ଦରରେ ସୁଧ ଦିଆଯାଉଛି। ଉଦାହରଣ ସ୍ୱରୂପ ଯଦି କୌଣସି ବ୍ୟକ୍ତି ଏହି ପଲିସିରେ ୧୦ ଲକ୍ଷ ଟଙ୍କା ନିବେଶ କରନ୍ତି ତାହେଲେ ତାଙ୍କୁ ୧୨୪ ମାସ ପରେ ୨୦ ଲକ୍ଷ ଟଙ୍କା ଗ୍ୟାରେଣ୍ଟୀ ରିଟର୍ଣ୍ଣ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.