ମୁମ୍ବାଇକୁ ପିଓକେ ଜାଗାରେ ସିରିଆ କହିବାର ଥିଲା: କଙ୍ଗନା ରାଣାଓ୍ଵତ୍

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ କଙ୍ଗନା ମୁମ୍ବାଇକୁ ପାକିସ୍ତାନ କବ୍‌ଜାରେ ଥିବା କଶ୍ମୀର(ପିଓକେ) ସହ ତୁଳନା କରିଥିଲେ। କଙ୍ଗନାଙ୍କ ଏହି ବୟାନ ପରେ ଅଭିନେତ୍ରୀ ଓ ଶିବସେନାର ପ୍ରବକ୍ତା ସଞ୍ଜୟ ରାଉତଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଛି। ତେବେ କଙ୍ଗନା ଏବେ ନିଜ ବୟାନ ଉପରେ ଆଉ ଏକ ବିବୃତ୍ତି ଦେଇଛନ୍ତି।

ନିକଟରେ ଏକ ଇଣ୍ଟରଭ୍ୟୁ ଦେବା ଅବସରରେ କଙ୍ଗନା କହିଛନ୍ତି ‘ମୋତେ ହାରାମଖୋର କୁହାଗଲା। ଏଣୁ ମୁଁ କହିଥିଲି ଏହା ମୋତେ ମୁମ୍ବାଇ ଭଳି ଲାଗୁନାହିଁ। ବରଂ ପିଓକେ ଭଳି ଲାଗୁଛି। ତେବେ ନିଜ କଥାକୁ ଘୋଡ଼ାଇବାକୁ କଙ୍ଗନା କହିଛନ୍ତି ମୁମ୍ବାଇକୁ ପିଓକେ ନୁହେଁ ବରଂ ସିରିଆ କହିବାର ଥିଲା। କାରଣ ଯେତେବେଳେ ରାହୁଲ ଗାନ୍ଧୀ ଭାରତକୁ ସିରିଆ କୁହନ୍ତି ସେତେବେଳେ କେହି ତାଙ୍କ ଘର ଭାଙ୍ଗନିନି କି ତାଙ୍କୁ ନୀଚ କୁହନ୍ତିନି। ମାତ୍ର ମତେ କହିଲେ। ଏମାନଙ୍କର ଅସୁବିଧା କ’ଣ?’

kangana-22

ସୂଚନାଯୋଗ୍ୟ ଯେ କଙ୍ଗନା ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ସେ ମୁମ୍ବାଇରେ ସୁରକ୍ଷିତ ଅନୁଭବ କରୁନାହାନ୍ତି। ଏହା ପରେ ଶିବସେନା ସମେତ କେତେକ ଷ୍ଟାର କଙ୍ଗନାଙ୍କ ବୟାନକୁ ନେଇ ଆଲୋଚନା କରିଥିଲେ। କଙ୍ଗନା ମୁମ୍ବାଇ ଆସିବା ପୂର୍ବରୁ ହିଁ ବିଏମ୍‌ସି ଅବୈଧ କନ୍‌ଷ୍ଟକସନ୍‌ ଅଭିଯୋଗ କରି ତାଙ୍କ ଅଫିସକୁ ଭଙ୍ଗାରୁଜା କରିଥିଲେ। ତେବେ କଙ୍ଗନା ଏବେ ବି ତାଙ୍କ କଥାରେ ଅଟଳ ଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.