ପାଠ ପଢ଼ିବାକୁ ଇଚ୍ଛା ବଞ୍ଚିବାକୁ ବି ଇଚ୍ଛା, କିନ୍ତୁ ଲାବାନ୍ୟାକୁ ସାଥ୍‌ ଦେଉନି କିଡନି ରୋଗ

ମାଲକାନଗିରି (କେନ୍ୟୁଜ) : କଅଁଳ ଚେହେରା, ନିଷ୍ପାପ ଆଖି । ମୁହଁଟିକୁ ଦେଖିଲେ ଘଡ଼ିଏ ଚାହିଁ ରହିବାକୁ ଇଚ୍ଛା ହେବ। ବୟସ ମାତ୍ର ୨୧ ବର୍ଷ। ରୋଗ ଚିହ୍ନେନି ଧନୀ କି ଗରିବ, ପିଲା କି ବୟସ୍କ । ପାଠ ପଢ଼ି ଚାକିରି କରିବ ଆଉ ଘରର ସବୁ ଦୁଃଖ ଦୂର କରିବ ବୋଲି ଭାବି ନେଇଥିଲା ଝିଅଟି। ହେଲେ କେଉଁଠି ଥିଲା କେଜାଣି ଏ କିଡନୀ ରୋଗ ଏବେ ତାର ବାଟ ଓଗାଳିଛି । କିଡନୀ ରୋଗ ତାର ଶରୀରକୁ ଖାଇ ଚାଲିଛି। ଜୀଇବାକୁ ସଂଘର୍ଷ କରୁଛି ନାକା ଲାବାନ୍ୟା କୁମାରୀ। ପାଠ ପଢ଼ିବ କଣ ବର୍ତ୍ତମାନ ଜୀବନ ଜୀଇବାକୁ ସଂଘର୍ଷ କରୁଛି ।

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ନାକା ରାଜୁ କୁମାରଙ୍କ ଏଇ ଅଲିଅଳି ଝିଅ ଦିନେ ହସି ଖେଳି ବୁଲୁଥିଲା। ହେଲେ ଏବେ ବାପା ମାଆଙ୍କ ସାହାରା ନହେଲେ ଠିଆ ହେବାକୁ ସକ୍ଷମ ହେଉନି । ଶଯ୍ୟାଶାୟୀ ଝିଅକୁ ଖୁଆଇ ପିଆଇ ଦେବାଠୁ ଆରମ୍ଭ କରି ସବୁ କରାଉଛନ୍ତି ବାପା ମା। ଏମ୍ଭି-୭୯ ଡ. ଶ୍ୟାମା ପ୍ରସାଦ ଡିଗ୍ରୀ କଲେଜରେ ପ୍ଲସ୍ ଥ୍ରୀ ପଢୁଥିଲେ। ବର୍ଷେ ହେଲା କଲେଜ ଯିବା ବନ୍ଦ।

ତଥାପି ଦେହର ଯନ୍ତ୍ରଣା ତାକୁ ପାଠରୁ ଦୂରେଇ ଦେଇ ପାରିନାହିଁ। ରାଜ୍ୟରୁ ରାଜ୍ୟ ବାହାର ଯାଏ କେତେ କେତେ ଡାକ୍ତରଖାନା ବୁଲି ସାରିଲେଣି। ଧାର କରଜ କରି ଲକ୍ଷାଧିକ ଟଙ୍କା ପାଣି ପରି ବହି ଗଲାଣି। ହେଲେ ଶେଷ କଥା ହେଉଛି ଝିଅର କିଡନୀ ନଷ୍ଟ ହେବାକୁ ବସିଛି। ଦରିଦ୍ର ଚାଷୀ ପରିବାର ପାଖରେ ଆଉ ଚିକିତ୍ସା ପାଇଁ ସମ୍ବଳ ନାହିଁ ।

ଯଦି ଆପଣ ଏହି ଦୁଃଖୀ ଦରିଦ୍ର ଝିଅଟିକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ନିମ୍ନ ଲିଖିତ ଠିକଣା ଏବଂ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ପଠାଇପାରିବେ। ଆପଣଙ୍କର ଛୋଟିଆ ସାହାଯ୍ୟ ପାଇଁ ହୁଏତ ଏହି ଝିଅଟି ପୁଣି ବଞ୍ଚିବାର ଆଶା ପାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.